January 25, 2026

Now Odisha

Now Odisha

ଶ୍ରୀମନ୍ଦିରରେ ଗଣ୍ଡଗୋଳ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ |

Spread the love

ଶ୍ରୀମନ୍ଦିର ଭିତରେ ରବିବାର ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର, ଜେଟିପି ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଏସପି ପ୍ରତୀକ ସିଂ ସମସ୍ତ ଘଟଣାର ତଦନ୍ତ କରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଏସପିଙ୍କୁ କହିଛନ୍ତି ।

ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର ଙ୍କ ମଧ୍ୟରେ ଗତକାଲିର ଗଣ୍ଡଗୋଳ ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ନୁଆ ଏସଓପି ଅନୁଯାୟୀ ଏଣିକି କେବଳ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅତିଥି ଏବଂ ଭିଭିଆଇପିଙ୍କ ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥା କରାଯିବ । କୌଣସି ପୋଲିସ କର୍ମଚାରୀ ପ୍ରୋଟୋକଲ ଦର୍ଶନ କରାଇ ପାରିବେ ନାହିଁ । ସେହିପରି ଯେଉଁ ଅତିଥି ପ୍ରୋଟୋକଲରେ ଯିବେ ସେମାନଙ୍କର ତଥ୍ୟ ମଧ୍ୟ ଲିଖିତ ଆକାରରେ ରଖାଯିବ । ଏହା ଦ୍ବାରା କେଉଁ ମାନେ ପ୍ରୋଟୋକଲ ଦର୍ଶନରେ ଯାଇଛନ୍ତି ତାହା ଜଣାପଡିବା ସହ ପ୍ରୋଟୋକଲ ଦର୍ଶନର ଅପବ୍ୟବହାର ହୋଇପାରିବ ନାହିଁ।ତେବେ ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ସୁରକ୍ଷା ବାହିନୀର ଶ୍ରୀମନ୍ଦିର କମାଣ୍ଡରଙ୍କ ପ୍ରତି ଆଚରଣକୁ ନିନ୍ଦା କରିଛନ୍ତି ସେବାୟତ ।

error: Content is protected !!