ଆର୍ଥିକ ଅନୁଦାନ ରାଶି ମଞ୍ଜୁରୀ


ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଟି କଲେଜରେ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଅଧ୍ୟକ୍ଷା ତଥା ବହୁ ଶିକ୍ଷାବିତ ଓ ବିଜେଡି ନେତୃବୃନ୍ଦ ମାନଙ୍କ ଉପସ୍ଥିତିରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ଉପ ମେୟର ଶ୍ରୀ ବିବେକ ରେଡ୍ଡୀ, କଲେଜର ନବୀକରଣ ଏବଂ କ୍ୟାମ୍ପସର ଉନ୍ନତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ ଆମ୍ବପୂଆରେ ଅଭିଯୋଗ ଶୁଣାଣି ପାଇଁ ହୋଇଥିବା ସଭାରେ, ଛାତ୍ର ଛାତ୍ରୀ ମାନଙ୍କ ତରଫରୁ କରାଯାଇଥିବା ଅନୁରୋଧକୁ ପୂରଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଆର୍ଥିକ ଅନୁଦାନ ରାଶି ମଞ୍ଜୁରୀ କରିଥିବା ବିଷୟରେ ଆଲୋକପାତ କରି, କଲେଜ କର୍ତ୍ତୃପକ୍ଷ, ଛାତ୍ର ଛାତ୍ରୀ ତଥା ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।


error: Content is protected !!