ମାହାଙ୍ଗରେ ବେଆଇନିରେ ଚାଲିଛି ବାଲିଘାଟ


ମାହାଙ୍ଗା:(ପ୍ରଭାତ ରଞ୍ଜନ ଜେନା):- ମାହାଙ୍ଗା ତହସିଲ ଅଧିନସ୍ଥ ବାସୁଦେପୁର ପଞ୍ଚାୟତ ବାଣପୁର ବଡ଼ ଗେଙ୍ଗୁଟି ନଦୀରେ ଚାଲିଛି ବାଲି ମାଫିଆଙ୍କ ଆତଙ୍କ ରାଜ l ହଁ ଆଜ୍ଞା ଏହା ପୁଣି କୋଳିଅଠା RI ସର୍କଲ RI ବାବୁଙ୍କ ଗୋଚରରେ ଚାଲିଛି l RI ଖିରୋଦ ସାହୁ ବାବୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରମାଣ ମାଗିଥିଲେ ଏବଂ ଏହାର ପ୍ରମାଣ ରଖିଛନ୍ତି ସାମ୍ବାଦିକ ବନ୍ଧୁମାନେ l ଏଠି ଆଜ୍ଞା ଚଟୁ ଆମିଷ ବେଣ୍ଟ ନିରାମିଷ ନୀତିରେ ଚାଲିଛି ବାଲି ମାଫିଆ ଓ ମାହାଙ୍ଗା ତହସିଲର ମଧୁ ଚଂନ୍ଦ୍ରିକା l ବାଣପୁର ଘାଟରୁ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଟ୍ରାକ୍ଟର ସାହାଯ୍ୟରେ ଚୋର ଚାଲାଣ ହେଉଥିବା ବେଳେ କେମିତି ଜାଣି ପାରୁନି ପ୍ରଶାସନ ? ଯେଉଁଠି ଗଣମାଧ୍ୟମ ପ୍ରତିନିଧି ମାନେ ପହଁଚି ପାରୁଛନ୍ତି କେମିତି ପହଁଚି ପାରୁନାହାନ୍ତି କୋଳିଅଠା ସର୍କଲ RI ବାବୁ ? ବାରମ୍ବାର ସ୍ଥାନୀୟ ବାସିନ୍ଦା କମ୍ପ୍ଲେନ କଲେ ସୁଦ୍ଧା କାହିଁକି ବନ୍ଦ ହେଉନି ବାଣପୁର ବାଲିଘାଟ l ଆଜ୍ଞା ଏଠି କେବଳ ଗୋଟାଏ ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉନି ଚାରି ଚାରୋଟି ବେଆଇନ ବାଲିଘାଟରୁ ବାଲି ଉଠୁଛି l କାହା ଚାତ୍ରଛାୟା ତଳେ ଏପରି ବର୍ଷ ବର୍ଷ ଧରି ବାଲି ଚୋରା ଚାଲାଣ ହେଉଛି ତାହା ଏକ ବିରାଟ ପ୍ରଶ୍ନ ବାଚୀ l ସ୍ଥାନୀୟ ବାଣପୁର ବାସିନ୍ଦା କିଏ କରାଉଛି ଚୁପ ? ଆସନ୍ତୁ ଶୁଣିବା କଣ କହୁଛନ୍ତି ସ୍ଥାନୀୟ ଗ୍ରାମବାସୀ।


error: Content is protected !!