January 25, 2026

Now Odisha

Now Odisha

ଦିଗପହଣ୍ଡି ଦୁର୍ଘଟଣା : ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର, ୦୯/୦୧ : ଦିଗପହଣ୍ଡି ଜରଡାରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଇ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ନିଜ ସୋସିଆଲ ମିଡିଆରେ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲର ରାହୁଲ ନାଏକ ଏବଂ ପିତା ପଞ୍ଚ ନାଏକଙ୍କର ପ୍ରାଣହାନି ଘଟିଥିବା ଖବର ଜାଣି ଗଭୀର ଶୋକ ପ୍ରକାଶ କରୁଛି। ଏହସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି’।

error: Content is protected !!