ଭାରତରେ ଟି୨୦ ବିଶ୍ୱକପ ନ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡର ଆଉ ଏକ ମିଛ ଧରାପଡିଛି । ବିସିବି ସୁରକ୍ଷା ପ୍ରସଙ୍ଗ ନେଇ କୌଣସି ପତ୍ର ପଠାଇ ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଅବଶ୍ୟ ଆଇସିସି ଅଫିସିଆଲ ଭାବେ ଏହାର ଘୋଷଣା କରି ନ ଥିବା ବେଳେ କମିଟି ସଦସ୍ୟ ଏହାର ଖୁଲାସା ନାମ ଗୁପ୍ତ ରଖି ଜଣାଇଛନ୍ତି ।
ଖୁବ ଶୀଘ୍ର ଆଇସିସି ଏ ନେଇ ଅଫିସିଆଲ ବୟାନ ଜାରୀ କରିବ ବୋଲି ଜଣାପଡିଛି । ମୁସ୍ତାଫିଜୁର ରହେମାନଙ୍କୁ ଟିମରେ ସାମିଲ କରାଗଲେ ବାଂଲାଦେଶୀ ପ୍ରଶଂସକମାନେ ରାଷ୍ଟ୍ରୀୟ ଜର୍ସି ପିନ୍ଧି ଭାରତରେ ବୁଲିବେ ।
ଯାହାକି ପରୋକ୍ଷରେ ଖେଳାଳି ଓ ସମର୍ଥକଙ୍କୁ ବିପଦରେ ପକାଇପାରେ ବୋଲି ବାଂଲାଦେଶର କ୍ରୀଡା ସଚିବ ଅଜୀଫ ନଜରୁଲ କହିଛନ୍ତି । ଭାରତ ଓ ବାଂଲାଦେଶ ମଧ୍ୟରେ କୁଟନୀତି ଅସ୍ଥିରତା ଲାଗି ରହିଛି । ଏହାର ପ୍ରଭାବରେ ଭାରତ ମୁସ୍ତାଫିଜୁର ରହେମାନଙ୍କୁ ଆଇପିଏଲରୁ ବାଦ ଦେଇଥିଲା । ଏହା ପରେ ବାଂଲାଦେଶ ଭାରତରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳିବ ନାହିଁ ବୋଲି କହିଥିଲା । ଇତି ମଧ୍ୟରେ ବାଂଲାଦେଶର ମ୍ୟାଚ ଆୟୋଜନ କରିବା ପାଇଁ ଆମେ ପ୍ରସ୍ତୁତ ଅଛି ବୋଲି ପାକିସ୍ତାନ ଆହୁରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି ।

More Stories
ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ଗ୍ରାମବାସୀଙ୍କ ବିରୋଧ |
ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ
ଟ୍ରେଲରକୁ ପିଟିଲା ଯାତ୍ରୀବାହୀ ବସ୍; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସଙ୍କଟାପନ୍ନ ଅନେକ ଯାତ୍ରୀ