January 25, 2026

Now Odisha

Now Odisha

ମା’ ପୁଅଙ୍କୁ ଏସିଡ୍ ମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ଆଟାକ୍ |

Spread the love

ପଟ୍ଟାମୁଣ୍ଡାଇ: ଆପଣମାନେ ଅନେକ ସମୟରେ ଏସିଡ୍ ଆଟାକ୍ ଘଟଣା ଶୁଣିଥିବେ। କେହି ପ୍ରେମରେ ଧୋକା ଖାଇ ଏସିଡ୍ ଆଟାକ୍ କରନ୍ତୁ ତ ଆଉ କେହି କେହି ଏକପାଖିଆ ପ୍ରେମରେ ବିଫଳ ହେବାରୁ ଏସିଡ୍ ମାଡ଼ କରି ପ୍ରତିଶୋଧ ନେଇଥିବା କଥା କୁହନ୍ତି।ଯାହା ଫଳରେ ଏସିଡ୍ ଆକ୍ରମଣ ଦ୍ୱାରା ଅନେକ ନିରୀହଙ୍କ ଜୀବନ ନଷ୍ଟ ହୋଇଯାଏ, କିଏ ତାର ସୌନ୍ଦର୍ଯ୍ୟ ହରାଏ ତ ଆଉ କିଏ ନିଜର ସର୍ବଶ୍ୱ।

ହେଲେ ଏବେ ଏଠି ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ବିଚଳିତ କରିଦେବ।

ଏଠି କୌଣସି ଏକ ପାଖିଆ ପ୍ରେମ କିମ୍ୱା ପ୍ରତାରଣା ପାଇଁ ଏସିଡ୍ ମାଡ଼ ହୋଇନି ବରଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀ ଏସିଡ୍ ଆଟାକ୍ କରିଛନ୍ତି।

ଘଟଣାଟି ହେଉଛି ୧୨ ତାରିଖର। ପଟ୍ଟାମୁଣ୍ଡାଇ ବାଛରା ଗାଁରେ ମା’ ପୁଅଙ୍କୁ ଏସିଡ୍ ମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ୍ ମାଡ଼ କରିଛନ୍ତି ପଡ଼ୋଶୀ।

ଆଉ ଏବେ ମାଆ ପୁଅଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଗତକାଲି ରାତିରୁ ଅଟକ ରଖି ଆଦର୍ଶ ଥାନା ପୋଲିସ ତଦନ୍ତ କରୁଛି।

ହେଲେ ଏପର୍ଯ୍ୟନ୍ତ ପୋଲିସ ଏନେଇ କୌଣସି ତଥ୍ୟ ଦେଇନାହିଁ। ସ୍ଥାନୀୟ ଲୋକଙ୍କ କହିବା କଥା ଜାଗାବାଡ଼ି ଘର ନିର୍ମାଣକୁ ନେଇ ପୂର୍ବରୁ ଉଭୟ ପରିବାରଙ୍କ ମଧ୍ୟରେ ବଚସା ହେଉଥିଲା।

error: Content is protected !!