ପଟ୍ଟାମୁଣ୍ଡାଇ: ଆପଣମାନେ ଅନେକ ସମୟରେ ଏସିଡ୍ ଆଟାକ୍ ଘଟଣା ଶୁଣିଥିବେ। କେହି ପ୍ରେମରେ ଧୋକା ଖାଇ ଏସିଡ୍ ଆଟାକ୍ କରନ୍ତୁ ତ ଆଉ କେହି କେହି ଏକପାଖିଆ ପ୍ରେମରେ ବିଫଳ ହେବାରୁ ଏସିଡ୍ ମାଡ଼ କରି ପ୍ରତିଶୋଧ ନେଇଥିବା କଥା କୁହନ୍ତି।ଯାହା ଫଳରେ ଏସିଡ୍ ଆକ୍ରମଣ ଦ୍ୱାରା ଅନେକ ନିରୀହଙ୍କ ଜୀବନ ନଷ୍ଟ ହୋଇଯାଏ, କିଏ ତାର ସୌନ୍ଦର୍ଯ୍ୟ ହରାଏ ତ ଆଉ କିଏ ନିଜର ସର୍ବଶ୍ୱ।
ହେଲେ ଏବେ ଏଠି ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ବିଚଳିତ କରିଦେବ।
ଏଠି କୌଣସି ଏକ ପାଖିଆ ପ୍ରେମ କିମ୍ୱା ପ୍ରତାରଣା ପାଇଁ ଏସିଡ୍ ମାଡ଼ ହୋଇନି ବରଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀ ଏସିଡ୍ ଆଟାକ୍ କରିଛନ୍ତି।
ଘଟଣାଟି ହେଉଛି ୧୨ ତାରିଖର। ପଟ୍ଟାମୁଣ୍ଡାଇ ବାଛରା ଗାଁରେ ମା’ ପୁଅଙ୍କୁ ଏସିଡ୍ ମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ୍ ମାଡ଼ କରିଛନ୍ତି ପଡ଼ୋଶୀ।
ଆଉ ଏବେ ମାଆ ପୁଅଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଗତକାଲି ରାତିରୁ ଅଟକ ରଖି ଆଦର୍ଶ ଥାନା ପୋଲିସ ତଦନ୍ତ କରୁଛି।
ହେଲେ ଏପର୍ଯ୍ୟନ୍ତ ପୋଲିସ ଏନେଇ କୌଣସି ତଥ୍ୟ ଦେଇନାହିଁ। ସ୍ଥାନୀୟ ଲୋକଙ୍କ କହିବା କଥା ଜାଗାବାଡ଼ି ଘର ନିର୍ମାଣକୁ ନେଇ ପୂର୍ବରୁ ଉଭୟ ପରିବାରଙ୍କ ମଧ୍ୟରେ ବଚସା ହେଉଥିଲା।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “