ଦଶମ ଜ୍ୟୋତିର୍ଲିଙ୍ଗ


ନାଗନାଥେଶ୍ୱର ଦ୍ଵାରକା ଗୁଜୁରାଟ ଦ୍ଵାରକା ଉଭୟ ଏକ ପୌରାଣିକ ଓ ଐତିହାସିକ ନଗରୀ l ଏହାର ଅଧିଷ୍ଠାତା ହେଉଛନ୍ତି ଦାରୁକା ବନ ନିବାସୀ ଶ୍ରୀ ନାଗନାଥେଶ୍ୱର ମହାଦେବ l ଦାରୁକା ଅସୁରକୁ ସଂହାର କରି ଶିଵ ଏଠାରେ ମା’ ପାର୍ବତୀ ଓ ଶିଵ ଗଣଙ୍କ ସହିତ ବିରାଜିତ lଏହାର ମୁଖ୍ୟ ମନ୍ଦିରଟିକୁ ପାଣ୍ଡଵମାନେ ଦ୍ୱାପର ଯୁଗରେ ନିର୍ମାଣ କରିଥିଲେ l ଏହି ମନ୍ଦିର ବାରମ୍ବାର ଆକ୍ରମଣକାରୀମାନଙ୍କ ଦ୍ୱାରା ଲୁଣ୍ଠିତ ଓ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି l ଏବଂ ଥରକୁ ଥର ପୁନଃ ନିର୍ମିତ ମଧ୍ୟ ହୋଇଛି l ବର୍ତ୍ତମାନର ମନ୍ଦିରଟିକୁ ଗୁଜ୍ଜର ପ୍ରତିହାର ରାଜାମାନେ ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମାଣ କରିଥିଲେ l ସୋଲାଙ୍କି ବଂଶୀୟ ରାଜାମାନେ ବ୍ୟାପକ ଭୁସମ୍ପତ୍ତି ଦାନ କରି ମନ୍ଦିରର ସେବାପୂଜାକୁ ସୁସଂହତ କରିଛନ୍ତି lଆଦି ଶଙ୍କରାଚାର୍ଯ୍ୟ ଏହି ଧାମକୁ ଆଗମନ କରି।ଶ୍ରୀ ନାଗନାଥ ଦାରୁକା ବନେ।ହିସାବରେ ଠାକୁରଙ୍କର ସ୍ତବ ଗାନ କରିଛନ୍ତି lଜୟ ଶ୍ରୀ ନାଗନାଥେଶ୍ୱର ଜ୍ୟୋତିର୍ଲିଙ୍ଗ l ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l🙏🙏


error: Content is protected !!