ବହୁ ପ୍ରତିକ୍ଷୀତ ଆଶା ଭରଷା ଶେଷରେ ପାଣି ଫାଟିଗଲା


ବହୁ ପ୍ରତିକ୍ଷୀତ ଆଶା ଭରଷା ଶେଷ ରେ ପାଣି ଫାଟିଗଲା |ଭାରତ କୁ ଏକତରଫା ଭାବେ 6 ଉଇକେଟ ରେ ହରାଇ ଅଷ୍ଟ୍ରେଲିଆ ପୁଣି ଚମ୍ପିୟାନ ହେଲା |140 କୋଟି ଭାରତୀୟ ଙ୍କ ସ୍ବପ୍ନ ଚୁରମାର ହେଲା |ଲିଗ ମ୍ୟାଚ ର ସମସ୍ତ ଓ ସେମିଫାଇନାଲ ମ୍ୟାଚକୁ ସହଜ ରେ ଜିତି ଫାଇନାଲ କୁ ଆସିଥିବା କିନ୍ତୁ ଫାଇନାଲ ରେ ଝୁଣ୍ଟିଲା |ରୋହିତ ଶର୍ମା ଓ ଶିରାଜ ଦୁଃଖ ରେ କାନ୍ଦିପକାଇଥିଲେ |ଅଷ୍ଟ୍ରେଲିଆ ର ହେଡ ଶତକ ମାରି ମ୍ୟାନ ଅଫ ଦ ମ୍ୟାଚ ଓ ବିରାଟ କୋହଲି ମ୍ୟାନ ଅଫ ଦ ସିରିଜ ହୋଇଛନ୍ତି | ବିରାଟ କୋହଲି 3 ଶତକ ଓ 5 ଟି ଅର୍ଦ୍ଧ ଶତକ ସହ ସର୍ବାଧିକ 765 ରନ କରିଥିବା ବେଳେ ମହମ୍ମଦ ସାମୀ ସର୍ବାଧିକ 24ଟି ଉଇକେଟ ନେଇଛନ୍ତି |ରୋହିତ ଶର୍ମା ସର୍ବାଧିକ 31ଛକା ମାରିଛନ୍ତି |ଦକ୍ଷିଣାଫ୍ରିକା ର ଡି କକ ସର୍ବାଧିକ 4 ଶତକ ମାରିଛନ୍ତି |ଭାରତ 3ୟ ଥର ଚମ୍ପିୟାନ ହେବା ସ୍ବପ୍ନ ମଉଳିଜାଇ ରନର୍ସ ଅଫ ରେ ସନ୍ତୁଷ୍ଟ ହୋଇଛି।


error: Content is protected !!