January 25, 2026

Now Odisha

Now Odisha

ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ |

Spread the love

ଭୁବନେଶ୍ବର: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ ଦେଖାଦେଇଥିବା ମତପାର୍ଥକ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାଦ ଓ ଲୋକପ୍ରିୟତାକୁ ନେଇ ଉଭୟ କଳାକାର ନିଜ ନିଜର ଭିନ୍ନ ମତ ରଖିଛନ୍ତି।

ଅଭିନେତ୍ରୀ ରାଣୀ ନିଜର ରୋକଠୋକ ଶୈଳୀରେ କହିଛନ୍ତି ଯେ, ଆଜିକାଲି ଜଣେ ବ୍ୟକ୍ତି ଯେତେ ବିବାଦୀୟ ହେବେ, ତାଙ୍କର ଲୋକପ୍ରିୟତା ସେତିକି ବଢ଼ିବ। ପୀୟୁଷଙ୍କୁ ଜଣେ ‘ସାଇଲେଣ୍ଟ ଆକ୍ଟର’ ଭାବେ ବର୍ଣ୍ଣନା କରି ସେ କହିଛନ୍ତି, ପୀୟୁଷ ଅତି ଚତୁରତାର ସହ ଶାନ୍ତ ରହି ନିଜ କାମ କରନ୍ତି। ବିବାଦ ଯୋଗୁଁ ହିଁ ପୀୟୁଷଙ୍କ ପ୍ରତି ଦର୍ଶକଙ୍କ କ୍ରେଜ୍ ବଢ଼ିଛି। ଆଗାମୀ ଖଣ୍ଡଗିରି ଯାତ୍ରାରେ ଏହି ଲୋକପ୍ରିୟତାର ପ୍ରକୃତ ପ୍ରମାଣ ମିଳିବ।

ଅନ୍ୟପଟେ ରାଣୀଙ୍କ ଏହି ମନ୍ତବ୍ୟ ଉପରେ ପୀୟୁଷ ଅତି ଶାନ୍ତ ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କିଏ ତାଙ୍କ ବିଷୟରେ କ’ଣ କହୁଛି ସେଥିରେ ସେ ବିଚଳିତ ନୁହଁନ୍ତି। ତାଙ୍କ ମତରେ, ଯେତେବେଳେ ଭଗବାନଙ୍କ ପ୍ରତି ମଧ୍ୟ ଷଡ଼ଯନ୍ତ୍ର କରାଯାଇଛି, ସେ ତ କେବଳ ଜଣେ ସାଧାରଣ ମଣିଷ। କାହାକୁ ତଳକୁ ଟାଣିବାର ଏହା ସଠିକ୍ ସମୟ ନୁହେଁ। ସେ ଯାତ୍ରା ପରିବେଷଣ ପାଇଁ ଅନୁମତି ପାଇଛନ୍ତି ଏବଂ ଆଇନଗତ ପ୍ରକ୍ରିୟା ତା’ ବାଟରେ ଚାଲିବ।

ବାରୁଣେଶ୍ୱର ମେଳାରେ ଦୁଇ କଳାକାରଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଉଭୟଙ୍କ ମଧ୍ୟରେ ଥିବା ଏହି ମତପାର୍ଥକ୍ୟ ଆଗାମୀ ଖଣ୍ଡଗିରି ଯାତ୍ରା ପାଇଁ ମାହୋଲକୁ ଆହୁରି ସରଗରମ କରିଦେଇଛି।

error: Content is protected !!