ନିମାପଡ଼ାରେ ବିଜେପିରଜନ ଆକ୍ରୋଶ ଆନ୍ଦୋଳନ


ନିମାପଡ଼ା:(ପ୍ରଶାନ୍ତ କୁମାର ନାୟକ):- ନିମାପଡ଼ାରେ ବିଜେପିରଜନ ଆକ୍ରୋଶ ଆନ୍ଦୋଳନ ଓଡ଼ିଶାରେ ଗ୍ରାମସଭାରୁ ନେଇ ବିଧାନ ସଭା ମନ୍ତ୍ରୀମଣ୍ଡଳ ପର୍ଯ୍ୟନ୍ତ ସବୁଠି ଗଣତାନ୍ତ୍ରିକର ହତ୍ୟା ହେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଅଣଓଡିଆଙ୍କ ହାତରେ ସବୁ କ୍ଷମତା ଟେକି ଦେଇଛନ୍ତି। ରାଜ୍ୟର ମନ୍ତ୍ରୀ ବିଧାୟକ ସାଂସଦ ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କର କୌଣସି ଭୂମିକା ନାହିଁ। ବିଜୁ ଜନତା ଦଳର ବିଧାୟକ ମନ୍ତ୍ରୀ ସାଂସଦମାନେ କେବଳ ଅଣ ଓଡ଼ିଆଙ୍କ ଚେୟାର ପକାଇବା ଚା ପାଣି ବ୍ୟବସ୍ଥା କରିବା ଦାୟିତ୍ୱରେ ଅଛନ୍ତି। କ୍ୟାବିନେଟ୍ ବୈଠକରେ ସଚିବ ମାନେ ଯାହା ନିଷ୍ପତି ନେବେ ତାହା ହିଁ ହେଉଛି। ବ୍ଲକରେ ବିଡ଼ିଓ ମାଲିକ। ସେହି ଭଳି ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ମାନଙ୍କର କ୍ଷମତା ନାହିଁ। ଗ୍ରାମପଞ୍ଚାୟତ ସ୍ତରରେ ସ୍ଥିତି ଆହୁରି ସଙ୍ଗୀନ। ଓଡ଼ିଶାରେ ବାବୁରାଜ୍ ଅସହ୍ୟ ହେଲାଣି ବୋଲି ସରପଞ୍ଚ ସମିତି ସଭ୍ୟମାନେ ରାଜରାସ୍ତାରେ ଧାରଣା ଦେଉଛନ୍ତି। ଗ୍ରାମସଭାର ଅଧିକାରକୁ ସରକାର ଲୁଣ୍ଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମସଭାର ଅନୁମୋଦିତ ହିତାଧୀକାରୀ ତାଲିକାରୁ ସରକାର ବଦଳାଇଥିବାରୁ ସିଏଜି ସରକାରଙ୍କୁ ଫ୍ରଡ ମାଷ୍ଟର ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ମାଡି ବସି ଅଣ ଓଡ଼ିଆ ଠିକାଦାରଙ୍କୁ ଠିକା କାମ କରାଇବା ଅଣ ଓଡ଼ିଆ ମାନଙ୍କୁ ନେଇ ଓଡିଶାବାସୀଙ୍କ ମନରେ ଦ୍ଵନ୍ଦ ସୃଷ୍ଟି କରିବା ସହ ଗାଁ ଗାଁରେ ଅଶାନ୍ତି ସୃଷ୍ଟି ହେବାର ଲାଗିଛି। ରାଜ୍ୟରେ ଅଣ ଓଡ଼ିଆଙ୍କୁ ମେଳି କରି ପ୍ରାକୃତିକ ସଂପତ୍ତିକୁ ଲୁଟି ଖାଇବା ଛଡ଼ା ଆଉ କିଛି ନାହିଁ। ଶାନ୍ତିପ୍ରିୟ ଓଡ଼ିଶା ଏବେ ଅଶାନ୍ତିର ଶିକାର। କେନ୍ଦ୍ର ସରକାରଙ୍କ ଅର୍ଥ କମିଶନ ପ୍ରତି ପଞ୍ଚାୟତକୁ ବାର୍ଷିକ 50 ଲକ୍ଷ ଟଙ୍କା ଦେଇଥିବା ବେଳେ ଏହି ଅର୍ଥକୁ ବିଜେଡି ସରକାର ଲୁଟ କରୁଛି। ଏବେ ଆମ ଓଡ଼ିଶା ନବୀନ ଓଡ଼ିଶା ନାରେ ଆଉ ଏକ ଦୁର୍ନୀତିର ପେଡ଼ି ଖୋଲି ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ଖର୍ଚ୍ଚ ଦେବାର ମସୁଧା କରାଯାଇଛି। ଦେଖିବାକୁ ମିଳୁଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଞ୍ଚଳଟି ହଜାର ହଜାର ସଂଖ୍ୟାରେ ମହିଳା ମାଆ ମାନଙ୍କ ସହ ନିମାପଡ଼ା ମାଟିର ନାରୀନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ରାଜ୍ୟ ପ୍ରଭାରୀ ଗୋଲେଖ ମହାପାତ୍ର ଏବଂ ନବାଗତ ନେତା ଦିଲୀପ ନାୟକଙ୍କ ଆବାହକତ୍ୱରେ ବିପୁଳ ସଂଖ୍ୟାରେ ବିଜେପି କର୍ମୀ ମାନଙ୍କ ସମାଗମରେ ନିମାପଡ଼ା ବ୍ଲକକୁ ଧସି ସାଧାରଣ ଲୋକଙ୍କ ହକ୍ ନ୍ୟାୟ ପାଇଁ ସଂଗ୍ରାମ କରିଛନ୍ତି। ନାରୀ ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଏହା ଏକ ଟ୍ରେଲର ଥିଲା ଆଗକୁ ଆମେ ଫୁଲ୍ ମୁଭି ଦେଖାଇବୁ।


error: Content is protected !!