ବିଶ୍ୱ ଐତିହ୍ୟ ତାଲିକାରେ ଉଦୟଗିରି ଯୋଡି ହେଲାଣି


ଯାଜପୁର:(ପ୍ରଦ୍ୟୁମ୍ନ କୁମାର ଓଝା):- ବିଶ୍ଵବିଖ୍ୟାତ ମନୋରମ ଉଦୟଗିରି ବୌଦ୍ଧପୀଠ ପାଦ ଦେଶରେ ଅନୁଷ୍ଠିତ ଦୁଇଦିନିଆ ରାଜ୍ୟସ୍ତରୀୟ ୧୪ ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉତଯାପିତ ହୋଇଯାଇଛି l ଉଦୟଗିରି ବୌଦ୍ଧ ବିହାର ଚାରପଟର ପlରିପlର୍ଶ୍ଵିକ, ପ୍ରାକୃତିକ, ଗମନା ଗମନ କ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିଥିଲା ବେଳେ ଏଣିକି ବିଶ୍ୱ ଐତିହ୍ୟ ତାଲିକାରେ ଯୋଡିବା ପାଇଁ ଯାହା ସବୁ ଉପାଦାନ ଦରକାର ତାହା ପ୍ରାୟତଃ ପୂରଣ ହେବାକୁ ଲାଗିଲାଣି l ତେଣୁ ଉଦୟଗିରିକୁ ବିଶ୍ୱ ଐତିହ୍ୟ ତାଲିକାରେ ଯୋଡିବା ପାଇଁ ଚଳିତ ବୁଦ୍ଧ ମହୋତ୍ସବ ମଞ୍ଚରେ ଅତିଥି, ବକ୍ତା ମାନେ ଦାବି କରିଛନ୍ତି l ଡ଼ଃ ଅରୁନ୍ଧତୀ ଦେବୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମହୋତ୍ସବ ସମିତିର ଆବାହକ ସାମ୍ବାଦିକ ମହେଶ୍ୱର ବଳ ସ୍ୱାଗତ ଭାଷଣ ଦେବା ସହିତ ବିବରଣୀ ଉପସ୍ଥାପନ କରିଥିଲେ l ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଅମର ଶତପଥୀ କହିଲେ, ବୁଦ୍ଧ ଙ୍କର ଅଲୌକିକ ଘଟଣା ମାନ ଆମକୁ ପ୍ରଭାବିତ କରେ l ଜୀବନର ପ୍ରକୃତ ସତ୍ୟ କଣ ସେ ଗବେଷଣା କରିଥିଲେ l ଏଠାରେ ପୁଣି ଅନାର୍ଜାତିକ ବୁଦ୍ଧିଷ୍ଟ ସମ୍ମିଳନୀ କରିବା, ବୁଢା ବୁଢ଼ୀ ପର୍ଯ୍ୟଟକ ମାନଙ୍କୁ ନେଇ ବୁଲାଇବା ପାଇଁ ବେଟେରି ଚାଳିତ ଗାଡି ବ୍ୟବସ୍ଥା କରିବା ଉପରେ ନିଜର ଦାବି ରଖିଥିଲେ l ସମ୍ମାନିତ ଅତିଥି ଭାବେ ସାଂସଦ ଶର୍ମିଷ୍ଠା ସେଠି ଯୋଗ ଦେଇ,ବିଶ୍ୱରେ ଗୌତମ ବୁଦ୍ଧ ଓ ବୁଦ୍ଧଙ୍କ ଦର୍ଶନ କଥା ଉଠିଲେ ଭାରତ ପ୍ରଶଂସିତ ହୋଇଥାଏ l ନିର୍ମାଣଧିନ ବୁଦ୍ଧ ପାର୍କ ର ପୂର୍ଣ୍ଣାଙ୍ଗୀକରଣ ପାଇଁ ପାଣ୍ଠି ସଂଗ୍ରହ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପୁରୀ ସର୍କଲ ମୁଖ୍ୟ ଦିବିଷଦ ଗଡ଼ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦୟଗିରି ପାଇଁ ଆଗକୁ ଆହୁରି ଅନେକ କାମ କରାଯିବ l ଆମ ଗାଁ ଆମ ଐତିହ୍ୟ ଯୋଜନାରେ ରଖାଯାଇଛି l ଏବେ ବାକିଥିବା କିଛି ସଂରକ୍ଷଣ କାମ କରାଯିବା ସହିତ ଏକ ମୁଜିୟମ ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଜିତେନ୍ଦ୍ର ସାହୁ ପ୍ରମୁଖ ଭାଷଣ ଦେଇ ଉଦୟଗିରି କୁ ଆଧାର କରି ନିର୍ମାଣ ହେଉଥିବା ଓ ହେବାକୁ ଥିବl ପ୍ରକଳ୍ପ ଗୁଡିକର ସୂଚନା ଦେଇଥିଲେ l ବୌଦ୍ଧ ଭିକ୍ଷୁ ଧମ୍ମ ଗୋଭେଷ, ମହାବୋଧି ସୋସାଇଟି ଟ୍ରଷ୍ଟି ସୌରେନ୍ଦ୍ର ମହାପାତ୍ର ଓ ବୌଦ୍ଧ ଗବେଷକ ହରିଶ୍ଚନ୍ଦ୍ର ପୃଷ୍ଟି ଙ୍କୁ ଉଦୟଗିରି ବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା l ହାଇସ୍କୁଲ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିବା ଲିଖନ ପ୍ରତିଯୋଗିତା ର କୃତି ପିଲାଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ଉଦୟଗିରି ସଂକଳନ ର ୧୩ ଶ ସଂଖ୍ୟାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ସମିତି ର କୋଷାଧକ୍ଷ କିଶୋର ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ l ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରେରିତ ଯୋଡ଼ି ଶଙ୍ଖ ଓ ଛଉ ନୃତ୍ୟ ପାରିବେଷିତ ହୋଇଥିଲା l ରାମଚନ୍ଦ୍ର ସାମଲ, ଉମେଶ ପ୍ରଧାନ, ଉମାକାନ୍ତ ବଳ, ସରୋଜ ବଳ, ଜ୍ଞାନ ରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ରାୟ, ଅଜୟ ଦାସ ପ୍ରମୁଖ ଉତ୍ସବ ପରିଚlଳନl କରିଥିଲେ।


error: Content is protected !!