ରାମନାଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବି ନେଇ ତହସିଲ କାର୍ଯ୍ଯାଳୟ ଘେରାଉ


ରାୟଗଡ଼ା:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ଅଖିଳ ଭାରତ କୃଷକ ମହାସଭା (AIKM) ଓ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡା ର ଖିଲାପଦର ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ 16 ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ କଂ ଉଦ୍ଧେଶ୍ୟ ରେ ତହସିଲ ଦାର କୁଂ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ରାମନାଗୁଡ଼ା ବ୍ଲକ କୁ ସମ୍ପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା, ମରୁଡ଼ିରେ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ଏକର ପିଛା ୫୦,୦୦୦/-ହଜାର ଟଙ୍କା, ମରୁଡ଼ିରେ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ଋଣ ଛାଡ଼, ନୂଆ ଋଣ ଯୋଗାଇବା ଏବଂ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ମରୁଡ଼ି କ୍ଷତିଗ୍ରସ୍ତ ହିତାଧିକାରୀକୁ ଜଳକର ଛାଡ଼ , କପା କୁଇଣ୍ଟାଲ 9000 ହଜାର ଟଙ୍କା, ଗୋଗୁପାଡୁ ପଞ୍ଚାୟତର କାଟିକି ଓ ଗୁଲୁଣ୍ଟି ପଞ୍ଚାୟତର ତାମେଲିଗୁଡ଼ା ଗ୍ରାମର ଆଦିବାସୀମାନଙ୍କ ଭୋଗ ଦଖଲରେ ରହିଥିବା ଜମିର ପଟ୍ଟା ପ୍ରଦାନ ଓ ଆଦିବାସୀମାନଙ୍କ ନାମରେ ହୋଇଥିବା ମିଥ୍ୟା କେସ୍‌କୁ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା, ଆଦିବାସୀ ମାନଙ୍କର ଭୋଗ ଦଖଲରେ ରହିଥିବା ସରକାରୀ ଜମି, ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର.ଆଇ, ଓ ଅମିନ୍‌କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ଦେବା, ଶୀତଳ ଭଣ୍ଡାର ଓ ଢ଼େପାଗୁଡ଼ା ଡ୍ୟାମ୍ ରୁ ଚାଷୀମାନଙ୍କୁ ଜଳ ସେଚନ ଯୋଗାଇବା ଓ ଗୁଲୁଣ୍ଡି ପଞ୍ଚାୟତରେ ସୋରିଷ ପଦର ଗାଁର ଛାଷି ମାନକୁଂ ଜଳକର ଛାଡ. କେନାଲ ନିମନ୍ତେ କ୍ଷତିଗ୍ରସ୍ଥଙ୍କୁ କ୍ଷତିପୂରଣ ଓ ଲହରଗାଡ଼ା ନାଳକୁ ଜଳ ପ୍ରକଳ୍ପ, ଆନ୍ଧ୍ରର ଜମି ମାଫିଆମାନେ ଆଦିବାସୀମାନଙ୍କ ଦଖଲରେ ଥିବା ଜମିକୁ ବେଆଇନ ଭାବେ ରେଜିଷ୍ଟି ରଦ୍ଧ କରିବା, ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାମର ବର୍ଷ କୁ 200 ଦିନ କାମ ଦୈନିକ 600 ଟକାଂ ମଜୁରୀ, ବ୍ୟାପକ ଦୁର୍ନିତୀ ବନ୍ଦ କରିବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଟ. ୫,୦୦,୦୦୦/-କା, ସମସ୍ତ ଗରିବ ଏବଂ ବିପିଏଲ ପରିବାରର ମାନଙ୍କୁ ବିଦ୍ୟୁତ୍ ବିଲ ଛାଡ଼ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା , ପ୍ରତ୍ୟେକ ଗରୀବ ପରିବାରକୁ ରେସନ୍‌କାର୍ଡ, ରେସନ୍‌କାର୍ଡ ଧାରୀଙ୍କୁ ୫୦ କେଜି ଚାଉଲ, ଚାଷୀମାନେ ଚାଷ କରୁଥିବା ବାଇଗଣ, ଭେଣ୍ଡି, ଝୁଡ଼ଙ୍ଗ, ଫୁଲକୋବି, ପତ୍ର କୋବି , ଇତ୍ୟାଦି ପରିବା ଚାଷ କରିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡ଼ି ସହାୟତା, ଆଦିବାସୀମାନଙ୍କ ଜମି ଅଣ-ଆଦିବାସୀମାନେ କିଣିବା ଆଇନକୁ ସଂପୂର୍ଣ୍ଣ ରୂପେ ରଧ୍ୟ କରିବା ନେଇ ଦାବି କରାଯାଇଛି।


error: Content is protected !!