କୋହ୍ଲାପୁର ମହାଲକ୍ଷ୍ମୀ


ଦ୍ୱାଦଶ ଲକ୍ଷ୍ମୀ, କୋହ୍ଲାପୁର,ମହାରାଷ୍ଟ୍ରଖ୍ରୀ 634 ରେ ଚାଲୁକ୍ୟ ରାଜା କର୍ଣ୍ଣଦେବ ଏହିଠାରେ ମା ମହାଲକ୍ଷ୍ମୀ ଙ୍କର ଭବ୍ୟ ମନ୍ଦିର ନିର୍ମାଣ କରାଇ ପ୍ରତିଷ୍ଠା କରାଇଥିଲେ l ଏହା ସେତେବେଳେ ସର୍ବ ଭାରତୀୟ ସ୍ତରରେ ଏକମାତ୍ର ଏକକ ଲକ୍ଷ୍ମୀ ମନ୍ଦିର ହିସାବରେ ପ୍ରସିଦ୍ଧି ଲାଭ କରିଥିଲା l ଏହି ଲକ୍ଷ୍ମୀ ପ୍ରତିମା 4 ଫୁଟ ଉଚ୍ଚ କଳା ମୁଗୁନି ପଥରରେ ତିଆରି l ମସ୍ତକରେ ପଞ୍ଚଫଣୀ ଓ ମୂର୍ତ୍ତି ରେ 40 କିଗ୍ରା ଓଜନର ମଣି ମୁକ୍ତା ବୈଦୁର୍ଯ୍ୟ ଖଚିତ ଅଳଙ୍କାର ଆଭୂଷଣ ଶୋଭିତ l ଏହି ମନ୍ଦିରକୁ ପରବର୍ତ୍ତୀ ଶାସକମାନଙ୍କ ଦ୍ୱାରା ବହୁ ଭାବରେ ଉନ୍ନତି ଓ ସଂସ୍କାର କରାଯାଇଛି lସ୍ୱୟଂ ଆଦି ଶଙ୍କରାଚାର୍ଯ୍ୟ ଏହି ମନ୍ଦିରକୁ ଆସି ଏଠାରେ ଅବସ୍ଥାନ କରି ସେବା ପୂଜାକୁ ସୁସଂହତ କରିଥିଲେ lଏଠାକାର ପ୍ରସିଦ୍ଧ ଦ୍ୱାଦଶ ଲକ୍ଷ୍ମୀ ବେଶ ଗୁଡିକ ହେଲାସୌଭାଗ୍ୟ ଲକ୍ଷ୍ମୀ, ରାଜଲକ୍ଷ୍ମୀ, କମଳା, ଚଞ୍ଚଳl, ରମା, ହରିପ୍ରିୟା, ପଦ୍ମାଳୟା, ଶ୍ରୀ, ଆଦ୍ୟାଲକ୍ଷ୍ମୀ, ଧନଲକ୍ଷ୍ମୀ, ଇନ୍ଦିରା, ଲୋକମାତା l ବିଭିନ୍ନ ତିଥିରେ ଏହି ବେଶ ଗୁଡିକ ଅନୁଷ୍ଠିତ ହୋଇଥାଏ lମା ମହାଲକ୍ଷ୍ମୀ ଙ୍କର ଧରାବତରଣ ଉପାସନା ଅବସରରେ ଆସନ୍ତୁ, ମା’ ଙ୍କର ଆରାଧନା ଓ ସ୍ମରଣ କରି ଧନ୍ୟ ହେବା lଜୟ ମା ଜଗଜ୍ଜନନୀ ମହାଲକ୍ଷ୍ମୀ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!