ଭଦ୍ରକ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏହାର ଅଧିକାଂଶ ଅଞ୍ଚଳରୁ ଲୁଣାଜଳ ବାହାରୁଛି। ଜିଲ୍ଲାର ୭ ବ୍ଲକ୍ରୁ ୪ ବ୍ଲକ୍ରେ ଲୁଣାଜଳ ପିଉଛନ୍ତି ଲୋକେ! କେବଳ ସେତିକି ନୁହେଁ, ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଭୂତଳ ଜଳସ୍ତର ମଧ୍ୟ କମ୍ ରହୁଛି। ବିଶେଷକରି ଖରାଦିନେ ଜିଲ୍ଲାର ଭୂତଳ ଜଳସ୍ତର ବହୁତ କମିଯାଉଛି।ସାଲାଇନ୍ ଜଳ ଓ ଭୂତଳ ଜଳସ୍ତର କମୁଥିବାରୁ ଭଦ୍ରକ ଜିଲ୍ଲାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଜରିଆରେ ପାଇପ୍ ଲାଇନ୍ ମାଧ୍ୟମରେ ଯେଉଁ ଜଳଯୋଗାଣ କରାଯାଉଛି ତାହା ଉପରେ ଭରସା କରୁଛନ୍ତି। ମାତ୍ର ଜିଲ୍ଲାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଫେଲ୍ ମାରିଛି। ଶହଶହ କୋଟି ଟଙ୍କାର ପ୍ରକଳ୍ପ ଓ ପାଇପ୍ ଲାଇନ୍ କାମ ବର୍ଷବର୍ଷ ଧରି ଚାଲିଛି।ଜିଲ୍ଲାର ବାସୁଦେବପୁର, ତିହିଡି, ଚାନ୍ଦବାଲି ଓ ଧାମନଗର ବ୍ଲକରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଗ୍ରାମରେ ଭୂତଳ ଜଳସ୍ତର ଲବଣାକ୍ତ ହୋଇଥିବା ବେଳେ ଏହାକୁ ପାନୀୟଜଳ ଭାବେ ଲୋକେ ବ୍ୟବହାର କରିପାରୁନାହାନ୍ତି। ଗାଁ ଲୋକଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା କିଛି ନଥିବାରୁ ସେମାନେ ଏଇ ଲୁଣାଜଳ ପିଉଛନ୍ତି।
ଏହା କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହେଉଛି। ଭୂତଳର ଲୁଣାଜଳ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନଥିବାରୁ ୨୦୧୦ ମସିହାରୁ ଏଇସବୁ ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ପାଇପ୍ ଲାଇନ୍ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଏଇ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅଧିକାଂଶ ପଞ୍ଚାୟତରେ ଚାଲୁଛି। ୨୦୧୦ରୁ ୨୦୨୫ ମସିହା ୧୫ ବର୍ଷ ଭିତରେ ଏଇ ସବୁ ବ୍ଲକରେ ୨୦୦ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେତେକ ସ୍ଥାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଆରମ୍ଭରୁ ଅଚଳ ହୋଇପଡ଼ିଥିବା ବେଳେ ଅନେକ ପ୍ରକଳ୍ପରେ ପାଇପ୍ ଫାଟି ପଡିଛି ତ କେତେକ ପ୍ରକଳ୍ପରେ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିଯାଇଛି। ଏଇସବୁ ପ୍ରକଳ୍ପ ଯେଉଁ ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଇଥିଲା ତାହା ବାସ୍ତବରେ ଫେଲ୍ ମାରିଛି। ଜିଲ୍ଲାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏକ ଅଚଳ ଯୋଜନା ଭାବେ ପରିଗଣିତ ହୋଇଛି।

More Stories
ସରକାର ଦେବେ ଭଡ଼ାଘର।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍. ପି. ଭି-୫୫ ରାଜ ରାସ୍ତାରେ ଟ୍ରେଡ଼ ଓୟୁନିୟର ୧୨ ଘଣ୍ଟିଆ ଆନ୍ଦୋଳନ l
ଚୀନ୍-ତାଇୱାନ୍ ଯୁଦ୍ଧ ଆଶଙ୍କା ବଢ଼ିଲା