February 24, 2026

Now Odisha

Now Odisha

ବସିଲା ବିଜେପି କୋର୍ କମିଟି ବୈଠକ: ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ!

Spread the love

ଭୁବନେଶ୍ବର: ମାର୍ଚ୍ଚ ୧୬ରେ ରାଜ୍ୟସଭାନିର୍ବାଚନ। ଏଥିପାଇଁ ଫେବ୍ରୁଆରି ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନରୁ ବିଜେପି ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ନିଶ୍ଚିତ ୨ଟି ଆସନ ଜିତୁଥିବାବେଳେ ଆଉ ଗୋଟିଏ ଆସନ ଜିତିବାର ସମ୍ଭାବନା ଅଧିକ। ତେଣୁ କେଉଁମାନଙ୍କୁ ରାଜ୍ୟସଭା ପଠାଯିବ ସେ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସି ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହୋଇଛି।ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୦ରୁ ୧୨ଜଣ ନେତାଙ୍କ ନାମ ଉପରେ ଆଲୋଚନା ହୋଇଥିବା ବେଳେ ପ୍ରାୟ ୬ ଜଣଙ୍କ ନାମ ଦଳର ସଂସଦୀୟ ବୋର୍ଡକୁ ପଠାଇବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିର ବୈଠରେ କାର୍ଯ୍ୟକାଳ ସରୁଥିବା ଦୁଇ ସାଂସଦ ସୁଜିତ କୁମାର, ମମତା ମହାନ୍ତ, ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା, ଗୋଲକ ମହାପାତ୍ର, ସମୀର ମହାନ୍ତି, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳର ଦୁଇ ଜଣ ସାଧାରଣ ସମ୍ପାଦକଙ୍କ ନାମ ଉପରେ ଆଲୋଚନା ହୋଇଛି। ଏହାସହ ରାଜ୍ୟ ବାହାରର ଦୁଇ ଜଣ ନେତା ଏବଂ ଓଡ଼ିଶାର ଦୁଇ ଜଣ ବଡ଼ ବ୍ୟବସାୟୀଙ୍କ ନାମ ଉପରେ ବି ଆଲୋଚନା ହୋଇଛି।

ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନ ଥିବାବେଳେ ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିଛନ୍ତି ଯେ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଦେବ। ଏପରିସ୍ଥଳେ ନିର୍ବାଚନ ହେଲେ ବିଜେଡି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବ, ସେ ନେଇ କିଛି ସ୍ପଷ୍ଟତା ଆସିନି। ତେଣୁ ବିଜେପି ଚତୁର୍ଥ ପ୍ରାର୍ଥୀ ଏମିତି ଜଣଙ୍କୁ କରିବାକୁ ଚାହୁଛି ଯାହାକୁ ବିଜେଡି ବିଧାୟକ ସମର୍ଥନ କରିବେ। ଯଦି ସମର୍ଥନ ନ କରନ୍ତି କେମିତି ବିଜେଡି ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି କରାଯାଇପାରିବ ସେ ସଂକ୍ରାନ୍ତରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି।

ସଂସଦୀୟ ବୋର୍ଡକୁ ୬ ଜଣଙ୍କ ନାମ ସୁପାରିସ୍
ନିଗମ, ବୋର୍ଡ, ସାଙ୍ଗଠନିକ ପଦବି ତାଲିକାରେ ବାଜିଲା ମୋହର

ଅପରପକ୍ଷରେ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ଅନ୍ତଃକନ୍ଦଳ ପାଇଁ ଦେଢ଼ବର୍ଷ ହେଲା କୋର୍ କମିଟି ବୈଠକ ବସି ପାରୁନଥିଲା। ଏପରିକି ୨୦ ମାସର ସରକାରରେ ୬ଟି ମନ୍ତ୍ରୀ ପଦ ଖାଲିଥିଲେ ମଧ୍ୟ ପୂରଣ ହୋଇ ପାରୁନଥିଲା। ବିଭିନ୍ନ ନିଗମ ଓ ବୋର୍ଡରେ ଦଳୀୟ ନେତାଙ୍କୁ ରାଜନୈତିକ ଥଇଥାନ କରିବାକୁ ଥିବାବେଳେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇ ପାରୁ ନ ଥିଲା। ଏହା ନୁହେଁ ଯେ ଦଳର ସଭାପତି ଓ ସାଧାରଣ ସମ୍ପାଦକ (ସଂଗଠନ) ଏହାକୁ ପୂରଣ କରିବାକୁ ଚାହୁ ନ ଥିଲେ। ହେଲେ ସେମାନେ ଯେଉଁ ତାଲିକା ପ୍ରସ୍ତୁତ କରିକି ନେଉଥିଲେ ତାକୁ ନେଇ ଦଳର ଅନେକ ବରିଷ୍ଠ ନେତାଙ୍କର କେଁ ଥିଲା। ତେଣୁ ସଭାପତି ଯେତେ ଥର କେନ୍ଦ୍ରୀୟ ନେତୃତ୍ବଙ୍କ ପାଖକୁ ତାଲିକା ନେଇକି ଗଲେ ସେତେଥର ଗୋଟିଏ ଉତ୍ତର ମିଳିଲା କୋର୍ କମିଟି ବୈଠକ ଡାକି ନାମ ଚୂଡ଼ାନ୍ତ କର। ତା’ପରେ ତାଲିକା ଆଣିବ। କିଏ କିଏ ନିଯୁକ୍ତି ପାଇବେ ଏକାଠି ବସି ନାମ ଚୂଡ଼ାନ୍ତ କର।

error: Content is protected !!