ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିର


ବ୍ରହ୍ମେଶ୍ୱର ପାଟଣାଟଙ୍କପାଣି ରୋଡ଼,ଭୁବନେଶ୍ୱର ଏହି ମନ୍ଦିରଟି ଉତ୍କଳୀୟ ଶିଳ୍ପ ଭାସ୍କର୍ଯ୍ୟ ର ଏକ ଉଜ୍ଜ୍ୱଳ ନମୁନା l ନିର୍ମାଣ ଖ୍ରୀ 1058 l ନିର୍ମାତା କେଶରୀ ବଂଶୀୟ ନରପତି ଉଦ୍ୟୋତ କେଶରୀଙ୍କ ମାତା କୋଳାବତୀ ଦେବୀ lଏହା ଗୋଟିଏ ପଞ୍ଚାୟତନ ଶିଵ ମନ୍ଦିର l ମନ୍ଦିରର ଉଭୟ ବାହାର ଓ ଭିତର ପାର୍ଶ୍ୱରେ ଉନ୍ନତ ଶିଳ୍ପକଳା ନୈପୁଣ୍ୟର ନିଦର୍ଶନ ଦେଖିବାକୁ ମିଳେ l ଏହା ଅତ୍ୟନ୍ତ ବିରଳ l ଦ୍ଵିତୀୟତଃ ଏହି ମନ୍ଦିର ରେ ଲୁହା ଵିମ୍ ପ୍ରଥମେ ବ୍ୟବହାର ହୋଇଛି l ଏହା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ଆକାରରେ ରହିଛି l ଏହି ମନ୍ଦିରଟି ରାଜାରାଣୀ ଓ ମୁକ୍ତେଶ୍ଵର ମନ୍ଦିର ଅନୁରୂପ l ଏଠାରେ ଗୋଟିଏ ଶିଳାଲେଖ ଥିଲା ଯାହା ସ୍ଥାନାନ୍ତରିତ ହୋଇଛି l ଏଥିରୁ ଭଗବାନ ଶ୍ରୀ ବ୍ରହ୍ମେଶ୍ୱର ଶିଵଙ୍କ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳିତ ଥିବାର ପ୍ରମାଣ ମିଳେ lଜୟ ଭଗବାନ ଶ୍ରୀ ବ୍ରହ୍ମେଶ୍ୱର ମହାଦେବ l


error: Content is protected !!