ॐକାର ରୂପକ ପର୍ବତ ଓଳାଶୁଣୀ ଗୁମ୍ଫାଠାରେ ଆଜି ଆୟୋଜିତ ହୋଇଥିଲା ଏକ ଭବ୍ଯ ଓ ବର୍ଣ୍ଣାଢ୍ୟ ଆଧ୍ୟାତ୍ମିକ ସମାରୋହ


● ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା

■ ଓଳାଶୁଣୀ ପାହାଡ ( ଗିରିବର ) ପରିକ୍ରମା ଅରିଲୋସ୍ଥିତ ଶ୍ରୀ ଅନନ୍ତ ବଳିଆ ଟ୍ରଷ୍ଟ ଏବଂ ଓଳାଶୁଣୀ ଗୁମ୍ଫା ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଅବିଭକ୍ତ କଟକ ଜିଲ୍ଲାରୁ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମହାମଣ୍ଡଳୀର ୨୦୦ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ |ଏ ଶୁଭାବସରରେ ମା’ ଓଳାଶୁଣୀଙ୍କ ମାର୍ଜନା, ମହାପୁରୁଷ ଅରକ୍ଷିତ ଦାସଙ୍କୁ ଅଭିଷେକ ଏବଂ ଅନନ୍ତ ଗୁମ୍ଫା ରେ ଶ୍ରୀ ଅନନ୍ତାଭିଷେକ ସଂପନ୍ନ ହୋଇଥିଲା |ଅନନ୍ତ ବଳିଆ ଟ୍ରଷ୍ଟ ର ସନ୍ଥସାଧକ ପଦ୍ମଶ୍ରୀ ବାବା ବଳିଆ ଏହି ସମଗ୍ର କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ |ଓଳାଶୁଣୀ ଗୁମ୍ଫା ମଠ ପକ୍ଷରୁ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଭକ୍ତଗୋଷ୍ଠୀଙ୍କୁ ମହାପ୍ରସାଦ ସେବାରେ ଆପ୍ୟାୟିତ କରାଯାଇଥିଲା | ସ୍ଥାନୀୟ ଅଂଚଳର ଅନେକ ଆଧ୍ୟାତ୍ମିକ ଅନୁଷ୍ଠାନର ପ୍ରତିନିଧି ଏବଂ ଅଂଚଳବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେବା ପରିଚର୍ଯ୍ୟା କରିଥିଲେ |ଓଳାଶୁଣୀ ମାଟିରେ ଏହି ଅଭିନବ କାର୍ଯ୍ୟକ୍ରମ ଏକ ପବିତ୍ର – ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।


error: Content is protected !!