ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗାନ୍ଧୀନଗର ଅଧିଷ୍ଠିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମଙ୍ଗଳ ଆରତି, ବିଶେଷ ପୂଜାର୍ଚ୍ଚନା ଓ ହୋମ-ଯଜ୍ଞ କାର୍ଯ୍ୟକ୍ରମ ମାଧ୍ଯମରେ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଅଂଚଳର ଅନେକ ଶ୍ରଦ୍ଧାଳୁ ଉତ୍ସବରେ ଯୋଗଦେଇ ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଆୟୋଜିତ ଏହି ପବିତ୍ର ଅବସରରେ କର୍ତା ଭାବେ ରାଜେନ୍ଦ୍ର ମେହେର ଓ ତାଙ୍କ ଧର୍ମପନ୍ଥୀ ରୀନା ମେହେର, ମୁଖ୍ୟ ଭୂମିକା ନିଭାଇଥିଲେ । ପୂଜକ ପ୍ରମୋଦ ଯୋଶୀ ଓ ଭୀଷ୍ମଦେବ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଦିକ ବିଧି ସମ୍ମତ ଏହି ପୂଜାର୍ଚ୍ଚନାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଏହା ସହ ଲମ୍ବୋଦର ନିଆଲ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ଉତ୍ସବର ସଫଳ ଆୟୋଜନରେ ଗଣେଷ ମହେର, ରାଜୀବ ଲୋଚନ ମେହେର, ଶଙ୍କର ମେହେର, ସୀତାରାମ ମେହେର, ଗୌତମ ମେହେର ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…