February 23, 2026

Now Odisha

Now Odisha

ଏମ୍‌ଭି–୯୬ ଛକରେ ଚଢ଼ାଉ ,ଟ୍ରକ୍‌ ସହ ଚାଳକ ଗିରଫ

Spread the love

ମାଲକାନଗିରିର ଜିଲ୍ଲା ଏମ୍.ଭି-୭୯ ପୋଲିସ କୁ ବଡ ସଫଳତା l ୧୦୨୫ କେଜି ଗଞ୍ଜେଇ ଜବତ lଏମ୍‌ଭି–୯୬ ଛକରେ ଚଢ଼ାଉ; ଟ୍ରକ୍‌ ସହ ଚାଳକ ଗିରଫ

ଆଙ୍କର- ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୁଲିସର ବଡ଼ ସଫଳତା ମିଳିଛି। ଏମ୍‌ଭି–୭୯ ଥାନା ପୁଲିସ ଶୁକ୍ରବାର ଏମ୍‌ଭି–୯୬ ଛକ ନିକଟ ଜାତୀୟ ରାଜପଥ–୩୨୬ରେ ଚଢ଼ାଉ କରି ୧୦୨୫ କେଜି ଗଞ୍ଜେଇ ଜବତ କରିଛି। ସହିତ ଗଞ୍ଜେଇ ବୋଝାଇ ନେଉଥିବା ଏକ ଟ୍ରକ୍‌କୁ ମଧ୍ୟ କବଜା କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଦିନ ପହରା ବେଳେ ବିଶ୍ୱସନୀୟ ସୂଚନା ମିଳିବା ପରେ ଏମ୍‌ଭି–୭୯ ଥାନା ଟିମ୍‌ ଉକ୍ତ ସ୍ଥାନରେ ଗାଡ଼ି ଯାଞ୍ଚ କରୁଥିଲା। ସେ ସମୟରେ HR–୩୮U–୧୮୦୭ ନମ୍ବର ବିଶିଷ୍ଟ ଏକ Ashok Leyland ଗୁଡ୍ସ୍‌ କ୍ୟାରିଅର୍‌କୁ ଅଟକାଇ ତଲାଶି କରାଯାଇଥିଲା। ଟ୍ରକ୍‌ରୁ ୪୧ଟି ପ୍ଲାଷ୍ଟିକ ବସ୍ତାରେ ରହିଥିବା ମୋଟ ୧୦୨୫ କେଜି ଗଞ୍ଜେଇ ଜବତ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ ହାଇଦ୍ରାବାଦ, Telanganaକୁ ଚାଲାଣ ହେଉଥିବା ଜଣାପଡ଼ିଛି।

ଘଟଣାସ୍ଥଳରୁ ଟ୍ରକ୍‌ ଚାଳକ ଝାବର ସିଂହ (୪୨)ଙ୍କୁ ପୁଲିସ ଗିରଫ କରିଛି। ସେ ରାଜସ୍ଥାନର ନାଗୌର ଜିଲ୍ଲା ନିବାସୀ ବୋଲି ଜଣାଯାଇଛି। ଉଚ୍ଚ ଲାଭର ଲୋଭରେ ସେ ଏହି ଗଞ୍ଜେଇ ଚାଲାଣ କରୁଥିବା ତଦନ୍ତରୁ ସୂଚିତ ହୋଇଛି। ଏହି ଚକ୍ରରେ ଆହୁରି କେତେଜଣ ଜଡିତ ଅଛନ୍ତି ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ଏହି ଘଟଣାରେ ଏମ୍‌ଭି–୭୯ ଥାନାରେ କେସ୍‌ ନଂ–୨୯/୨୦୨୬ ରୁଜୁ ହୋଇ NDPS Actର ଧାରା ୨୦(ବି)(ଆଇଆଇ)(ସି)/୨୭–ଏ/୨୯ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି। ଇନ୍‌ସ୍ପେକ୍ଟର୍‌ ପୂର୍ଣ୍ଣିମା ଟେଟେ ଅଭିଯୋଗକାରିଣୀ ହୋଇଥିବା ବେଳେ ମୋଟୁ ଥାନାର ଏସ୍‌ଆଇ ସୁବ୍ରତ କୁମାର ପାଣିଗ୍ରାହୀ ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି।

error: Content is protected !!