February 23, 2026

Now Odisha

Now Odisha

୯ କୋଟି ଟଙ୍କାର ବ୍ୟୟ ଅଟକଳରେ ମଇଜରା ନଦୀ ଉନ୍ନତି କରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ,

Spread the love

ମାହାଙ୍ଗା ତା 22/02 /୨୦୨୬ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଉଁରୀଆ ପଞ୍ଚାୟତ ସ୍ଥିତ ପନ୍ଦର ବାଟିଆ ସେତୁ ନିକଟରେ ଜଳସମ୍ପଦ ବିଭାଗ ପକ୍ଷରୁ ଗୋବରୀ ଜଳ ନିକାଶ ପ୍ରଣାଳୀର ସଂଯୋଗ ନାଳି ଗୁଡ଼ିକର ଉନ୍ନତି କରଣ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଙ୍କ କରକମଳରେ ସମାହିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ପ୍ରଧାନ ଯୋଗଦେଇ ମାହାଙ୍ଗା ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ଜନସାଧାରଣ ଙ୍କୁ ଅବଗତ କରାଇବା ସହ ଏହି ପ୍ରକଳ୍ପ ସମ୍ପର୍କ ରେ ଅବଗତ କରାଇଥିଲେ l ୨୭ କିଲୋମିଟର ଲମ୍ବ ବିଶିଷ୍ଟ ସଂଯୋଗ ପାଟ ନାଳି ୧୯ ଗୋଟି ପଞ୍ଚାୟତ କୁ ସଂଯୋଗ କରୁଛି ଯାହାଫଳରେ ଏହି ନାଲି ଉପରେ ନିର୍ଭର କରୁଥିବା ଜନସାଧାରଣ ଓ ଶତାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି ନିଜ ବକ୍ତବ୍ୟ ରେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇବା ସହ ଏହି ନାଳିର ଅଟକଳ ମୂଲ୍ୟ ୯ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅନୁଦାନ ଥାଇ ଦୀର୍ଘ ଦିନରୁ ଚାଷୀ ଙ୍କ ଆବଶ୍ୟକତା ଥିବା ସଂଯୋଗ ନାଳିର ଉନ୍ନତି କରଣ ଦ୍ଵାରା ଚାଷୀଙ୍କ ମୁହଁ ରେ ହସ ଫୁଟାଯାଇ ପାରିଛି । ଜଳ ନିଷ୍କାସନ ଅଭାବରୁ ତଳିଆ ଅଞ୍ଚଳରେ ଚାଷୀ ମାନେ ମୁଠାଏ ହେଲେ ଧାନ ପାଇପାରୁ ନଥିଲେ।ନାଳି ସଫେଇ ଓ ନାଳିର ଉନ୍ନତିକରଣ ଯୋଗୁ ଚାଷୀ ମାନେ ସଠିକ୍ ଜଳସେଚନ କରି ଜଳ ନିଷ୍କାସିତ ହେବା ଦ୍ଵାରା ଲାଭବାନ ହେବେ ବୋଲି ମାନ୍ୟବର ବିଧାୟକ ଚାଷୀଙ୍କୁ ଉଦବୋଧନ ଦେଇ ସମସ୍ତ ଉନ୍ନତି କରଣ କାର୍ଯ୍ୟର ତଦାରଖ କରି ସଠିକ୍ ଭାବେ ନାଳୀ ଖନନ କାର୍ଯ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମିତି ସଭ୍ୟ ମନୋରଞ୍ଜନ ନାୟକ ଅଧ୍ୟକ୍ଷତା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ଜିତେନ୍ଦ୍ର ଶତପଥୀ,ପୂର୍ବତନ ଅଧ୍ୟକ୍ଷା କନକ ଲତା ବେହେରା, ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା,କିଶୋର ରାଉତ,ସମାଜ ସେବୀ ନେତ୍ରାନନ୍ଦ ପଣ୍ଡା,ରଞ୍ଜନ କୁମାର ଶତପଥୀ,ପ୍ରଭାକର ଲେଙ୍କା,ଗୋବିନ୍ଦ ପାଳ,ସୁରେଶ ସାହୁ,ସୁନାକର ଜେନା,ତ୍ରିଲୋଚନ ପ୍ରଧାନ,ମହମ୍ମଦ ଆରିବ,ଅନନ୍ତ କିଶୋର ଦାସ,ପ୍ରଫୁଲ୍ଲ ବାରିକ୍,ନିର୍ମଳ ରାଉତ,ଅରୁଣ ସେଠୀ,ମନୋଜ ନାଥ,ଅରୁଣ ସାହୁ,ଅମୂଲ୍ୟ ଜେନା,ରଶ୍ମି କାନ୍ତ ସ୍ୱାଇଁ,ପଦ୍ମ ଚରଣ ସାହୁ ,ଅଭିନ୍ନ ଜେନା,ସମିତି ସଭ୍ୟ ସୁରେନ୍ଦ୍ର ମହାନ୍ତି, ପ୍ରମୁଖ ଯୋଗ ଦେଇଥିଲେ।

error: Content is protected !!