ପରଜଙ୍ଗ — ଗତ ଶୁକ୍ରବାର ବିଳମ୍ବିତ ରାତିରେ ତାଳଚେର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଏହି ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଏଥିରେ ପ୍ରାଣ ହରାଇଥିବା ଯୁବକ ମଧ୍ୟରୁ ଜଣେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଂହା ଗ୍ରାମର ଅମିତ୍ କୁମାର ସାହୁ ଓରଫ ସିକୁ ରହିଥିଲେ। । ସିକୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଜଣେ ସାଧାରଣ ସମ୍ପାଦକ ବୋଲି ଜଣାପଡିଛି । ସିକୁ ଙ୍କ ଏପରି ଅକସ୍ମାତ୍ ମୃତ୍ୟୁକୁ ନେଇ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।ସେ ଥିଲେ ଛାତ୍ର ବିଜେଡି ଦଳର ଦକ୍ଷ ସଂଗଠକ ଏବଂ ମେଳାପି । ସିକୁ ଙ୍କ ବିୟୋଗରେ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ପୂର୍ବତନ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ , ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ , ନବ ନିଯୁକ୍ତ ବିଜେଡି ଦଳର ବ୍ଲକ ସଭାପତି କାରଣ ବେହେରା ତଥା ସମସ୍ତ ବିଜୁ ଛାତ୍ର ମହିଳା ଦଳର କର୍ମୀ ମର୍ମାହତ । ଏହି ଅବସରରେ ରବିବାର ସନ୍ଧ୍ୟା ସମୟରେ ପରଜଙ୍ଗ ବ୍ଲକ ଛାତ୍ର ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରିୟଜିତ ସାମଲ , ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସଙ୍କ ନେତୃତ୍ୱରେ ଓ କନ୍ଦରସିଂହା ପଞ୍ଚାୟତର ଯୁବ ନେତା ସନୂଜ କୁମାର ବିଶ୍ଵାଳ , ଲାରସନ ବିଶ୍ଵାଳ , ରାଜେଶ ସାହୁ ,ଅବିନାଶ ବେହେରା ସମେତ ଶତାଧିକ ଛାତ୍ର ବିଜେଡ଼ି କର୍ମୀ ମାନଙ୍କ ସହଯୋଗରେ ସିକୁ ଙ୍କ ନିଜ ଜନ୍ମ ମାଟି କନ୍ଦରସିଂହା ଗ୍ରାମ ବାବା ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ରବିବାର ସନ୍ଧ୍ୟା ସମୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହା ପରେ ମନ୍ଦିର ପରିସରରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲେ ।ହାତରେ ବ୍ୟାନର , କ୍ୟାଣ୍ଡେଲ ଧରି ସିକୁ ଭାଇ ଅମର ରହେ ସୋଗ୍ଳାନ ଦେଇ ଗାଁ ପରିକ୍ରମା ସାରି ମନ୍ଦିରରେ ପହଞ୍ଚି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

More Stories
କିନ୍ନର ହତ୍ୟା ମାମଲା; ୨୨ ଦିନ ପରେ ତୃତୀୟ ଅଭିଯୁକ୍ତ ଗିରଫ |
ପାକିସ୍ତାନର ପୋଲ ଖୋଲିଦେଲା ଜାତିସଂଘ, ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ ଉପରେ ବୋମା ବର୍ଷା କରିଥିଲା ମୁନୀର ସେନା…
କର୍ଣ୍ଣାଟକ କ୍ଷମତା କନ୍ଦଳ: ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ହାଇକମାଣ୍ଡଙ୍କୁ ଚିଠି ଲେଖିଲେ ୩୦ରୁ ଅଧିକ ବିଧାୟକ