ବଡ଼ ଦୁଃଖଦ ଖବର… Jharsuguda ଏକ ଦୁର୍ଘଟଣାରେ ୫ଜଣ ପୋଲିସ କର୍ମଚାରୀ ଙ୍କ ମୃତ୍ୟୁ।
Jharsugudaରେ ରକ୍ତାକ୍ତ ରାଜପଥ: ଟ୍ରଲର–ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ
ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋର ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଭୋର ସକାଳେ ବିପରୀତ ଦିଗରୁ ଆସୁଥିବା ଏକ ବେପରୁଆ ଟ୍ରଲର ସହ ପୋଲିସ ବୋଲେରୋର ପ୍ରଚଣ୍ଡ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏପରି ଥିଲା ଯେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା।ସ୍ଥାନୀୟ ଲୋକ ଓ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ। ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ମୃତକମାନଙ୍କ ତାଲିକା (୫)
- କାଶୀରାମ ଭୋଇ (APR)
- ନିରଞ୍ଜନ କୁଜୁର (ଡ୍ରିଲ ସବ-ଇନ୍ସପେକ୍ଟର)
- ଦେବଦତ୍ତ ସା (APR)
- ଲିଙ୍ଗରାଜ ଧୂରୁଆ (APR ହାବିଲଦାର)
- ଭକ୍ତବନ୍ଧୁ ମିର୍ଧା (ହୋମ ଗାର୍ଡ)
ଆହତ (୩)
- ଦୁବରାଜ ମିରିଗ (APR)
- ଆକାଶ ନାଏକ (APR)
- ରାଜୀବ ଭରସାଗର (ସର୍ଜ

More Stories
କିନ୍ନର ହତ୍ୟା ମାମଲା; ୨୨ ଦିନ ପରେ ତୃତୀୟ ଅଭିଯୁକ୍ତ ଗିରଫ |
ପାକିସ୍ତାନର ପୋଲ ଖୋଲିଦେଲା ଜାତିସଂଘ, ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ ଉପରେ ବୋମା ବର୍ଷା କରିଥିଲା ମୁନୀର ସେନା…
କର୍ଣ୍ଣାଟକ କ୍ଷମତା କନ୍ଦଳ: ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ହାଇକମାଣ୍ଡଙ୍କୁ ଚିଠି ଲେଖିଲେ ୩୦ରୁ ଅଧିକ ବିଧାୟକ