କେନ୍ଦୁଝର ଜିଲ୍ଲା ବାମେବରୀ ଥାନା ବେଲଦା ଉପର ସାହିରେ ସାମାନ୍ୟ ଘରୋଇ କଳିକୁ ନେଇ ଜଣକୁ ହତ୍ୟା କରାଯାଇଛି। ଖବର ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।ସୂଚନାନୁସାରେ, କୌଣସି ପାରିବାରିକ ପ୍ରସଙ୍ଗକୁ ନେଇ ମୋଟୁ ମୁଣ୍ଡା ଓ ସୁରଜ ମୁଣ୍ଡାଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରସ୍ପର ଗାଳିଗୁଲଜ କରିଥିଲେ। ଏହି ସମୟରେ ମୋଟୁ ଉତ୍କ୍ଷିପ୍ତ ହୋଇ ଏକ କଟୁରୀରେ ସୁରଜକୁ ଆକ୍ରମଣ କରିଥିଲା। କଟୁରୀ ଚୋଟରେ ସୁରଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଖବର ପାଇ ବାମେବାରୀ ପୁଲିସ ଘଟଣାସ୍ଥଳରେ ପହଂଚି ମୋଟୁକୁ ଗିରଫ କରିଛି। ସୁରଜର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
