ଆଉ କେତେ ବଳାତ୍କାର ଓ ହତ୍ୟା ହେଲେ ସରକାର ଙ୍କ ନିଦ ଭାଙ୍ଗିବ


ରାୟଗଡ଼ା:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ର ନାକିଟି ଗୁଡା ଗ୍ରାମର ଲକ୍ଷ୍ମୀ ମାଝୀ ଏକ ୨୮ ବର୍ଷ ର ନିରୀହ ଯୁବତୀ କୁ ବଳାତ୍କାର କରିବା ପରେ ଏସିଡ ପକେଇ ହତ୍ୟା କରାଯାଇଥିବା ଜଣାପଡିଛି ସୁଚନା ଅନୁସାରେ ଯୁବତୀ ଜଣକ ଚନ୍ଦ୍ରପୁର ବ୍ଲକ୍ ରେ ଆଲିଶା NGO ସଂସ୍ଥା ରେ ମା ଗୃହ ରେ କାର୍ଯ୍ୟ କରୁଥିଲେ। କାର୍ଯ୍ୟ କୁ ଯିବା ସମୟରେ କିଛି ଦୁବୃର୍ତ୍ତ ଟେକିନେଇ ବଳାତ୍କାର କରିବା ପରେ ହତ୍ୟାକରିଛନ୍ତି ।ପୁଲିସ୍ ମାମଲା ର ଛାନଭିନ୍ କରୁଛି କିନ୍ତୁ କୋଣସି ସୂଚନା ନ ମିଳିବାରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ରେ ଆଦିବାସୀ ସମାଜ୍ ତରଫରୁ ବଳାତ୍କରୀ କୁ ଫାଶୀ ଦେବା ସହିତ ଲକ୍ଷ୍ମୀ ମାଝୀ ଙ୍କୁ ନ୍ୟାୟ ମିଳିବା ପାଇଁ ବିରାଟ ବଡ଼ ରାଲି ଅନୁଷ୍ଠିତ ହେଇଥିଲାଏହି ରାଲିରେ ଭରତୀୟ ଜନତା ପାର୍ଟି ଜିଲ୍ଲା ସମ୍ପାଦକ ତଥା ଆଦିବାସୀ ଯୁବ ନେତା ସମସ୍ତଙ୍କ ଆଦରଣୀୟ ଶ୍ରୀ ପ୍ରତାପ ପୁଆଲା ଏବଂ ଚାଷୀ ଏକତା ପରିଷଦ ଜିଲ୍ଲା ସମ୍ପାଦକ ପ୍ରିତମ କୁମାର୍ ସମେତ ଅନେକ ଜନ ସାଧାରଣଯୋଗ ଦେଇଥିଲେ।।


error: Content is protected !!