March 17, 2026

Now Odisha

Now Odisha

ଶିକ୍ଷୟିତ୍ରୀଙ୍କ ମାଡ଼ରେ ନବମ ଶ୍ରେଣୀ ଛାତ୍ର ଗୁରୁତର ଅଭିଯୋଗ, ମେଡିକାଲରେ ଭର୍ତ୍ତି ହେଲେ ଛାତ୍ର |

Spread the love

ଉଦଳା : ପ୍ରଶ୍ନର ଉତ୍ତର କହିପାରିଲା ନାହିଁ ବୋଲି ଛାତ୍ରଙ୍କୁ ନିର୍ଘାତ ମାଡ଼ ଅଭିଯୋଗ । ମାଡ଼ରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହେଲେ ଛାତ୍ର । ମେଡିକାଲରେ ଭର୍ତ୍ତି ହେବା ଫଳରେ ଦେଇପାରିଲେ ନାହିଁ ଆଜିର ପରୀକ୍ଷା । ଏଭଳି ଘଟଣା ଘଟିଛି କପ୍ତିପଦା ବ୍ଲକ ତାଳପୋଖରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଶୁଭଙ୍କର ବେହେରା ବିଦ୍ୟାଳୟ ଶ୍ରେଣୀରେ ବସିଥିଲେ ।ଏହି ସମୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦିପ୍ତିମୟୀ ବରାଳ ଶୁଭଙ୍କରକୁ କିଛି ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ଶୁଭଙ୍କର ଦେଇ ପାରି ନ ଥିଲେ । ଯାହା ପରେ ଶିକ୍ଷୟିତ୍ରୀ ଦୀପ୍ତିମୟୀ ତାଙ୍କୁ ବାଡ଼ିରେ ନିର୍ଘାତ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମାରିବା ଯୋଗୁଁ ତାଙ୍କ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ଘରେ ପହଞ୍ଚି ସେ ଏକ ଘର ଭିତରେ କବାଟ ବନ୍ଦ ରହିଥିବା ବେଳେ ପରିବାର ଲୋକେ ଅନେକ ଡାକିବା ପରେ ଶେଷରେ କବାଟ ଭାଙ୍ଗି ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଆଣି ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି ।

error: Content is protected !!