ଲଜ୍ଜାଜନକ ପରାଜୟ ପରେ ଅଜବ ଯୁକ୍ତି କଲେ ରୋହିତ ଶର୍ମା


ଲଜ୍ଜାଜନକ ପରାଜୟ ପରେ ଅଜବ ଯୁକ୍ତି କଲେ ରୋହିତ ଶର୍ମା ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଗୋଟିଏ ଇନିଂସ ଏବଂ ୩୨ ରନ୍‌ରେ ପରାଜୟ ହାସଲ କରିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ସମ୍ପୂର୍ଣ୍ଣ ଫ୍ଲପ ନଜର ଆସିଥିଲା। ମ୍ୟାଚ ସରିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଜବ ଯୁକ୍ତି କରିଛନ୍ତି। ରୋହିତ କହିଛନ୍ତି, ଦକ୍ଷିଣ ଆଫ୍ରିକାକୁ ହାଲୁକା ଭାବେ ଗ୍ରହଣ କରିବା ଭାରୀ ପଡ଼ିଛି।ଜିତିବା ପାଇଁ ଆମେ ଭଲ ସ୍ଥିତିରେ ନ ଥିଲୁ। କେ.ଏଲ ରାହୁଲ ଚମତ୍କାର ବ୍ୟାଟିଂ କରିଥିଲେ, କିନ୍ତୁ ପରେ ବୋଲିଂରେ ଫାଇଦା ଉଠାଇପାରି ନ ଥିଲୁ। ଯଦି ଆମକୁ ଟେଷ୍ଟ ମ୍ୟାଚ ଜିତିବାକୁ ପଡ଼ିବ, ତେବେ ଆମକୁ ଏକାଠି ହେବାକୁ ପଡ଼ିବ, ଯାହା ଆମେ କରିନାହୁଁ। ଆମର ବ୍ୟାଟ୍ସମ୍ୟାନ୍‌ଙ୍କୁ ଚ୍ୟାଲେଞ୍ଜ ମିଳିଥିଲା।ଆମେ ତାଳମେଳ ଦେଖାଇପାରି ନ ଥିଲୁ। ଏହା ଏକ ଚୌକା ଲଗାଇବା ଗ୍ରାଉଣ୍ଡ, ଆମେ ସେମାନଙ୍କୁ ସ୍କୋର କରୁଥିବାର ଦେଖିଥିଲୁ। ଆମକୁ ବିରୋଧୀ ଦଳର ଶକ୍ତି ବୁଝିବାକୁ ପଡ଼ିବ। ଆମେ ଉଭୟ ଇନିଂସରେ ଭଲ ବ୍ୟାଟିଂ କରିନାହୁଁ, ସେଥିପାଇଁ ଆମେ ଏଠାରେ ମ୍ୟାଚ ତିନି ଦିନ ମଧ୍ୟରେ ହାରିଛୁ। ଆମର ଅଧିକାଂଶ ବୋଲର ପୂର୍ବରୁ ଏଠାରେ ଖେଳି ନାହାଁନ୍ତି, ତେଣୁ ମୁଁ ଅତ୍ୟଧିକ ସମାଲୋଚନା କରିବାକୁ ଚାହେଁ ନାହିଁ।


error: Content is protected !!