ବୁଧବାର ଗଣିଆ ରାମ ମନ୍ଦିର ପରିସରରେ ଗଣିଆ ଲଙ୍କାପୋଡ଼ି ଯାତ୍ରା କମିଟିର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ୫୪ତମ ଲଙ୍କାପୋଡ଼ି ଯାତ୍ରା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୨୭ ତାରିଖ ଶୁକ୍ରବାର ଦିନ ଶ୍ରୀରାମ ଜନ୍ମ ଓ ତାଡ଼କା ବଧ, ୨୮ ତାରିଖ ଶନିବାରଦିନ ସୀତା ବିବାହ ଓ ପର୍ଶୁରାମ ଭେଟ, ୨୯ ତାରିଖ ରବିବାର ଦିନ ଶ୍ରୀରାମ ବନବାସ, ୩୦ତାରିଖ ସୋମବାର ଦିନ ଭରତ ମିଳନ ଓ ବିରାୟୁଧ ବଧ ଓ ବେଢାବୁଲା, ୩୧ ତାରିଖ ମଙ୍ଗଳବାର ଦିନ ସୀତା ଚୋରୀ, ଏପ୍ରିଲ ୧ତାରିଖ ବୁଧବାର ଦିନ ଶ୍ରୀରାମ ବିଳାପ, ସୁଗ୍ରୀବ ଭେଟ ଓ ବାଳୀବଧ, ରାମ ନାଟକ ମଂଚସ୍ଥ ହେବ ।
ଏପ୍ରିଲ ମାସ ୨ ତାରିଖ ଗୁରୁବାର ଠାରୁ ୧୪ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଗଣିଆ ଦଣ୍ଡଯାତ୍ରା ପାଇଁ ରାମ ନାଟକକୁ ବିଶ୍ରାମ ଦିଆଯାଇଥିବାବେଳେ ୧୫ ତାରିଖ ବୁଧବାର ଦିନ ସୀତା ଠାବ, ୧୬ ତାରିଖ ଗୁରୁବାର ବିଶ୍ରାମ, ୧୭ ତାରିଖ ଶୁକ୍ରବାର ସେତୁବନ୍ଧ ପ୍ରତିଷ୍ଠା, ରାବଣ ଛତ୍ରଭଙ୍ଗ, ଓ ବିଭୀଷଣ ଶରଣ ୧୮ତାରିଖ ଶନିବାର ଦିନ ନାଗଫାସ ବନ୍ଧନ, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ୧୯ତାରିଖ ରବିବାର ଦିନ ରାବଣର ବ୍ରହ୍ମଜ୍ଞାନ ଚର୍ଚ୍ଚା, ଓ ମହୀରାବଣ ବଧ, ୨୦ତାରିଖ ସୋମବାର ଦିନ ଲକ୍ଷ୍ମଣ ଶକ୍ତିଭେଦ ଓ ବିରବାହୁ ବଧ, ୨୧ ତାରିଖ ମଙ୍ଗଳବାର ଦିନ ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଉତ୍ସବ ରାବଣ ବଧ ନାଟକ ମଂଚସ୍ଥ ହେବ । ସନ୍ଧ୍ୟାରେ ସୁର୍ସ୍ନେହା, ମେଲାଡ଼ି ଭୂବନେଶ୍ୱର ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସଙ୍ଗୀତାକାର ଆଶୁତୋଷ ମହାନ୍ତି ଉପସ୍ଥିତ ରହିବେ । ସେହିପରି ୨୨ତାରିଖ ବୁଧବାର ଦିନ ମନ୍ଦିର ପରିସରରେ ଶ୍ରୀରାମ ଅଭିଷେକ ଅନୁଷ୍ଠିତ ହେବାକୁ ଥିବାବେଳେ ସୁରସନ୍ଧ୍ୟା ମେଲୋଡ଼ି, କଟକ ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଗିତୀକାର ସୌଜନ୍ୟା ରଥ ଉପସ୍ଥିତ ରହିବେ, ୨୩ତାରିଖ ଗୁରୁବାର ଦିନ ସୁରଝଙ୍କାର ମେଲୋଡ଼ି, କଟକ ତରଫରୁ ଓଡ଼ିଶାର ସୁନାମଧନ୍ୟ ଗୀତିକାର ସ୍ମିତା ପଣ୍ଡା ଉପସ୍ଥିତ ରହିବେ । ସେହିପରି ୨୪ ତାରିଖ ଶୁକ୍ରବାର ଦିନ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଉଦଯାପନୀ ଦିବସରେ ସମ୍ବଲପୁରର ରୁକ୍ସୁନା ମେଲାଡ଼ିର ତାଳେତାଳେ ଦର୍ଶକ ଝୁମିବେ । ଆଜିର ବୈଠକରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା, ସମ୍ପାଦକ ଉମାକାନ୍ତ ଦାଶ, ଉପସଭାପତି ଅଶୋକ କୁମାର ବେହେରା, ସହସମ୍ପାଦକ ବିଶ୍ୱରଂଜନ ସେଠୀ, କୋଷାଧ୍ୟକ୍ଷ, ଗିରିଧାରୀ ସେଠୀ, ସମିତିସଭ୍ୟ ଫକୀର ମୋହନ ଡାକୁଆ ଉପଦେଷ୍ଟା ବିଭୁତିଭୁଷଣ ପଣ୍ଡା, ଚନ୍ଦ୍ରଶେଖର ଦାଶ, ମହାବୀର ମିଶ୍ର, ସୁନିଲ କୁମାର ସାହୁ, ଲକ୍ଷ୍ମୀଧର ବେହେରା, ସୁଶାନ୍ତ କୁମାର ବେହେରା, ଅଜୟ କୁମାର ସେଠୀ, ଭାଗିରଥି ଗଡ଼ନାୟକ, ଚିତରଂଜନ ସାହୁ, , ସସ୍ମିତା ମିଶ୍ର, ପବନା ଅମାୟନ୍ତ, ଲିଙ୍କନ ଦାଶଙ୍କ ସମେତ ଲଙ୍କାପୋଡ଼ି ଯାତ୍ରା କମିଟିର ସଭ୍ୟମାନେ ଉପସ୍ଥିତ ରହି ଚଳିତ ବର୍ଷ ୫୪ତମ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାକୁ ସରସ ସୁନ୍ଦର କରିବା ପାଇଁ ନିଷ୍ପତି ନେଇଥିଲେ ।

More Stories
ନେପାଳ: ମୃତଦେହ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ
ଦିଲ୍ଲୀରେ ଅବୈଧ ଏଲପିଜି ସିଲିଣ୍ଡର କାରବାର: ବଡ଼ ରାକେଟର ପର୍ଦ୍ଦାଫାସ କଲା ପୋଲିସ |
ଅଫିସ୍ ଭିତରେ ପଶି ଆରଆଇଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼: ଭାଇରାଲ୍ ହେଲା ଭିଡିଓ