ମୋଦିଙ୍କ ବଡ଼ ଆହ୍ୱାନ ଜାନୁଆରୀ ୨୨ରେ ୧୪୦ କୋଟି ଲୋକ ଘରେ ପାଳନ୍ତୁ ଦୀପାବଳି


ମୋଦିଙ୍କ ବଡ଼ ଆହ୍ୱାନ ଜାନୁଆରୀ ୨୨ରେ ୧୪୦ କୋଟି ଲୋକ ଘରେ ପାଳନ୍ତୁ ଦୀପାବଳି ଜାନୁଆରୀ ୨୨ ତାରିଖରେ ସାରା ଦେଶରେ ଦୀପାବଳି ପାଳିବାକୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନ ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେଣୁ ଏହି ଖୁସିର ଅବସରେ ସାରା ଦେଶକୁ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି ନିଆରା ଆହ୍ୱାନ୍‌କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।ଅନେକ ମହଲରେ ମୋଦିଙ୍କ ଏଭଳି ଆହ୍ୱାନକୁ ସ୍ୱାଗତ କରାଯାଇଥିବା ବେଳେ ଅନେକ ଏହାକୁ ଖୁବ୍‌ ପ୍ରଶଂସା କରିଛନ୍ତି ।ମୋଦି ଆହୁରି କହିଛନ୍ତି ଅଯୋଧ୍ୟା ନଗରି ଦୀପ ଆଲୋକରେ ଆଲୋକିତ ହେଉଥିବା ବେଳେ ସାରା ଦେଶ ବି ସେହି ଦିନ ଦୀପରେ ସଜେଇ ହେଉ । ଏହା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ । ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।ଖାଲି ସେତିକି ନୁହେଁ, ମୋଦି ଆହୁରି କହିଛନ୍ତି ଏଭଳି ଐତିହାସିକ ମୂହୁର୍ତ୍ତ ସବୁବେଳେ ସମସ୍ତଙ୍କ ଭାଗ୍ୟରେ ଆସିନଥାଏ । ଜୀବନରେ ଥରେ ଏଭଳି ଐତିହାସିକ ମୂହୁର୍ତ୍ତ ଆସିଥାଏ । ଏହି ଦିନ ଦୀପ ଜାଳି ଆମେ ଦେଶ ପାଇଁ କିଛି ଭଲ ପ୍ରତିଜ୍ଞା କରିବା ଆଉ ନିଜ ଭିତରେ ଆତ୍ମବିଶ୍ୱାସର ଶକ୍ତିକୁ ବୃଦ୍ଧି କରିବା । ତେଣୁ ଦେଶର ୧୪୦ କୋଟି ଜନତା ନିଜ ଘରେ ରାମଙ୍କ ପାଇଁ ଜାନୁଆରୀ ୨୨ ତାରିଖରେ ଦୀପ ଜାଳନ୍ତୁ ।


error: Content is protected !!