ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍ ଇରାନ ଉପରେ ଏକ ଯୁଦ୍ଧ ମିଶନରେ ଥିବାବେଳେ ଜରୁରୀକାଳୀନ ଅବତରଣ (Emergency Landing) କରିଛି। ସୂତ୍ର ଅନୁସାରେ, ଏହି ବିମାନ ଇରାନ ପକ୍ଷରୁ କରାଯାଇଥିବା ଆକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି।US ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର କ୍ୟାପଟେନ ଟିମ୍ ହକିନ୍ସ କହିଛନ୍ତି ଯେ, ‘ପଞ୍ଚମ ପିଢ଼ିର ଏହି ଷ୍ଟେଲଥ ଜେଟ୍ ଇରାନ ଆକାଶ ମାର୍ଗରେ ଏକ କମ୍ବାଟ ମିଶନରେ ଥିଲା। କୌଣସି କାରଣରୁ ଏହାକୁ ମଧ୍ୟ-ପ୍ରାଚ୍ୟ ସ୍ଥିତ ଏକ ଆମେରିକୀୟ ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବା ବେଳେ ପାଇଲଟଙ୍କ ଅବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି।
ରିପୋର୍ଟ ଅନୁଯାୟୀ, ଫେବୃଆରୀ ଶେଷରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା ଯେଉଁଠାରେ ଇରାନ ଏକ ଆମେରିକୀୟ ବିମାନକୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୧୦୦ ମିଲିୟନ ଡଲାର (୮୦୦ କୋଟିରୁ ଅଧିକ ଟଙ୍କା) ମୂଲ୍ୟର ଏହି F-୩୫ ଜେଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ ଅନ୍ୟତମ। ଏହି ଜରୁରୀକାଳୀନ ଅବତରଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେରିକା ଇରାନ ବିରୋଧରେ ବଡ଼ ସଫଳତା ପାଇଥିବା ଦାବି କରୁଛି।

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ