ଜୟପୁରାକାଟେଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ବାରିହାପୁର ଟିମ୍ ଚାମ୍ପିଅନ


ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣି ଏମସିସି କ୍ଲବ ଆନୁକୁଲ୍ୟରେ ଆଞ୍ଚଳିକ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।୩ ପର୍ଯ୍ୟାୟ ବିଶିଷ୍ଟ ମ୍ୟାଚରେ ବାରିହାପୁର ଓ ଶିବିଳାପଶି କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୦ ଓଭର ବିଶିଷ୍ଟ ମ୍ୟାଚରେ ଗ୍ରାଉଣ୍ଡର ପ୍ରଥମ ମ୍ୟାଚ ଶିବିଳାପଶି ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ବିନିମୟରେ ୭ୱିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିବା ବେଳେ ଜବାବରେ ବାରିହାପୁର ଟିମ୍ ୮ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ପର୍ଯ୍ୟାୟର ଦ୍ଵିତୀୟ ମ୍ୟାଚ୍ ୮ ଓଭର ବିଶିଷ୍ଟ ମ୍ୟାଚରେ ବାରିହାପୁର ଟିମ୍ ବ୍ୟାଟିଂ କରି ୯ ୱିକେଟ ହରାଇ ୬୬ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଶିବିଳାପଶି ଟିମ୍ ୯ ୱିକେଟ ହରାଇ ୫୮ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଯାହା ଫଳରେ ସିରିଜର ଲଗାତାର ୨ରି ମ୍ୟାଚ୍ ବାରିହାପୁର ଟିମ୍ ବିଜୟୀ ହେବା ସହ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ ।ଉଦଯାପନୀ ସମାରୋହରେ ବିଜୁ ଜନତା ଦଳର ବରିଷ୍ଠ ନେତା,ସମାଜସେବୀ ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରନର୍ସ ଓ ଚାମ୍ପିଅନ ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ନାନକ ସାହୁ ଓ ସୁଜିତ୍ ସାହୁ ଖେଳ ପରିଚାଳନା କରିଥିବା ବେଳେ ଆୟୋଜକ ଟିମର ରୁଦ୍ର ,ସନ୍ତୋଷ ,ବିକି , ସୁଧା, ଚିକୁ , କାହ୍ନା ଓ ଅନ୍ୟ ସମସ୍ତ ସଦସ୍ୟ ଶୃଙ୍ଖଳିତ ଭାବେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ ଶିବିଳାପଶି ସପକ୍ଷରେ ଯାଇଥିବା ବେଳେ ମ୍ୟାନ ଅଫ ଦି ସିରିଜ୍ ବାରିହାପୁର ଟିମ୍ ସପକ୍ଷରେ ଆୟୋଜକ ପକ୍ଷରୁ ଘୋଷଣା କରିଥିଲେ ।


error: Content is protected !!