March 20, 2026

Now Odisha

Now Odisha

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ

Spread the love

ଭୁବନେଶ୍ୱର : ଭୁବନେଶ୍ୱରରେ ଓଡିଶା ସରକାରଙ୍କ ଗୃହ, ଶିଳ୍ପ ଓ ଆଇଆଣ୍ଡପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ହେମନ୍ତ ଶର୍ମା ସିଆଇଆଇ ଓଡିଶା ମାଇନିଙ୍ଗ ଆଣ୍ଡ କନ୍‌ଷ୍ଟ୍ରକ୍‌ଶନ ଇକ୍ୱିପମେଂଟ ଏକ୍ସପୋ (ଓଏମସିଇ) ୨୦୨୬ର ପ୍ରଥମ ସଂସ୍କରଣର ଉଦ୍‌ଘାଟନ କରିଛନ୍ତି । ଏହା ସହିତ ଏହି ଅବସରରେ ସିଆଇଆଇ ଟ୍ରେଡ ଫେୟାର କାଉନସିଲ ଅଧ୍ୟକ୍ଷ ବି ଥିଆଗରଜନ ଏବଂ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସିଂ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଛନ୍ତି ।ଏହି କାର୍ଯ୍ୟକ୍ରମ ପୂର୍ବ ଭାରତରେ ଖଣି ଓ ନିର୍ମାଣ ଉପକରଣ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି । ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ ଏହି ତିନିଦିନିଆ ଏକ୍ସପୋ ଉଦ୍ଭାବନଗୁଡିକୁ ପ୍ରଦର୍ଶିତ କରିବା, ସହଭାଗିତା ବିକଶିତ କରିବା ଓ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପର ପ୍ରମୁଖ ହିତାଧିକାରୀମାନଙ୍କୁ ଏକତ୍ରିତ କରିଛି ।

ଉଦ୍‌ଘାଟନୀ ଅବସରରେ ଓଡିଶା ସରକାରଙ୍କ ଗୃହ, ଶିଳ୍ପ ଓ ଆଇଆଣ୍ଡପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ହେମନ୍ତ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ।ଉଦ୍‌ଘାଟନ ପରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଦର୍ଶନୀ ବୁଲି ଦେଖିଛନ୍ତି, ପ୍ରଦର୍ଶକଙ୍କ ସହ ଆଲୋଚନା କରିଛନ୍ତି ଏବଂ ଅଗ୍ରଣୀ ଆନ୍ତର୍ଜାତୀୟ ଓ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ଉପସ୍ଥାପନା କରାଯାଇଥିବା ଅତ୍ୟାଧୁନିକ ଯନ୍ତ୍ରପାତି, ଟେକ୍ନୋଲୋଜି ଓ ଅଭିନବ ସମାଧାନଗୁଡିକର ଲାଇଭ ପ୍ରଦର୍ଶନୀ ଦେଖିଛନ୍ତି । ଏହି ପ୍ରଦର୍ଶନୀ ଉଦ୍‌ଘାଟିତ ହେବା ପରେ ସିଆଇଆଇ ଅଧିକାରୀଙ୍କ ସମେତ, ରାଜ୍ୟ ଗୃହ, ଶିଳ୍ପ ଓ ଆଇଆଣ୍ଡପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସିଇଓ ରାଉଣ୍ଡଟେବୁଲ ବୈଠକ ଆୟୋଜିତ ହୋଇଯାଇଛି ।

error: Content is protected !!