ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରୁ ଅପରାହ୍ନ ସମୟରେ ଏକ ଜଙ୍ଗଲି ହରିଣକୁ ଗଭୀର ପାଣି ଟାଙ୍କିରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛି ପରଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ , ପଶୁ ଚିକିତ୍ସକ ଚିକିତ୍ସା କରିବା ପରେ ବନ ବିଭାଗ ସୁରକ୍ଷିତରେ ରଖିଛନ୍ତି ଉଦ୍ଧାର କରିଥିବା ଜଙ୍ଗଲି ହରିଣକୁ । ସୂଚନାରୁ ଜଣାଯାଏ ୪ ଲେନ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କରିବା ପାଇଁ ପରଜଙ୍ଗ ବାଇପାସ୍ ଛକ ନିକଟରେ ରାଜପଥ ପାର୍ଶ୍ଵକୁ ଲାଗି କୁନାଲ କମ୍ପାନୀ ନାମକ ଏକ ଠିକାସଂସ୍ଥା ରହି ଥିଲା । ଏହି କମ୍ପାନୀ ରହିଥିବା କ୍ୟାମ୍ପ ପରିସରରେ ପାଣି ଷ୍ଟକ୍ ରଖିବା ପାଇଁ ଏକ ଗଭୀର ପାଣି ଟାଙ୍କି ଖୋଳି ଥିଲା । ବର୍ତ୍ତମାନ କମ୍ପାନୀ କ୍ୟାମ୍ପ ଭାଙ୍ଗି ଜଯାଇସାରିଥିବା ବେଳେ ଏହି ଗଭୀର ପାଣି ଟାଙ୍କି ଖୋଲା ମେଲାରେ ରହିଛି । ହରିଣ ଶୋଷ ମେଣ୍ଟାଇବା ପାଇଁ ସେଠାକୁ ଯାଇଥିବା ବେଳେ ଟାଙ୍କିରେ ଜମି ରହିଥିବା ପାଣିରେ ପଡିଯାଇଥିଲା । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନି ଘଟିକା ସମୟରେ । ଗଭୀର ପାଣି ଟାଙ୍କିରେ ହରିଣ ଟି ଏଥିରୁ ଉପରକୁ ଉଠି ନପାରି ଜୋର୍ ଚିତ୍କାର କରିଥିଲା । ଚିତ୍କାର ଶୁଣି ସ୍ଥାନୀୟ ଲୋକ ମାନେ ସେଠାକୁ ଯାଇ ଏପରି ଦୃଶ୍ୟ ଦେଖି ସଙ୍ଗେ ଦମକଳ କେନ୍ଦ୍ରକୁ ଜଣାଇଥିଲେ ।ଖବର ପାଇ ଅଗ୍ନିଶମ ବିଭାଗର ହାବିଲଦାର ଶ୍ରୀଧର ସାହୁ ,ଆଗ୍ନିକ ଡ୍ରାଇଭର ସନ୍ତୋଷ ବିଶ୍ଵାଳ ,ଆଗ୍ନିକ ଯୋଦ୍ଧା ମନୋରଞ୍ଜନ ସାହୁ ,ସୁନୀଲ ସାହୁ , କେଦାର ପ୍ରଧାନ ପ୍ରମୁଖ ଗଭୀର ପାଣି ଟାଙ୍କିରେ ପଶି ହରିଣକୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର ହରିଣକୁ ନିଜ ଗାଡିରେ ପରଜଙ୍ଗ ପଶୁ ଚିକିତ୍ସାଳୟକୁ ଆଣିଥିଲେ । ମେଡିକାଲ ଡାକ୍ତର ତାପସ ପ୍ରଧାନ, ସୋନାଲି ପଣ୍ଡା ଓ କର୍ମଚାରୀ ମିଶି କ୍ଷତାକ୍ତ ହରିଣକୁ ଚିକିତ୍ସା କରି ବନ ବିଭାଗ କର୍ମଚାରୀକୁ ହସ୍ତାନ୍ତର କରିଥିଲେ । ବନ ବିଭାଗ କର୍ମଚାରୀ ହରିଣକୁ ନିଜ ଗାଡିରେ ସୁରକ୍ଷିତରେ ନିଜ କାର୍ଯ୍ୟାଳୟକୁ ନେଇଥିଲେ । ହରିଣର ଗୋଡ କ୍ଷତାକ୍ତ ହୋଇଥିବା ବେଳେ ବୟସ ପ୍ରାୟ ଦୁଇ ବର୍ଷ ହେବ ବୋଲି ଜଣାପଡିଛି ।

More Stories
ଝାରସୁଗୁଡାରେ ବ୍ରାଉନ ସୁଗର ସହ ୫ ଗିରଫ |
ଓଡ଼ିଆ ଯୁବଙ୍କ ମନ କିଣି ନେଲେ ବିଦେଶନୀ |
ବୁଦ୍ଧିଜିବୀ ମାନଙ୍କ ସାକ୍ଷାତକାରରେ ବରଗଡ଼ କୁ ନିଶା ମୁକ୍ତ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରତିଶ୍ରୁତି |