ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ:ନିଯୁକ୍ତି ଦାବିରେ ଧାରଣାରେ ବସିଲେ ୬ ପରିବାର। ଦୀର୍ଘଦିନ ହେବ ନିଯୁକ୍ତି ପ୍ରତିଶୃତି ପରେ ମଧ୍ୟ ନିଯୁକ୍ତି ନ ମିଲିବାରୁ ଚରମ ନିଷ୍ପତ୍ତି। ଏନଟିପିସି କୁ କୋଇଲା ପରିବହନ ହେଉଥିବା ରେଳ ଧାରଣା ଉପରେ ବସି କଲେ ପ୍ରତିବାଦ। ସୂଚନା ମୁତାବକ ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରରେ ଗଦାଶିଳା, ଡେରେଙ୍ଗ, ପଟ୍ଟାଖମଣ, ଗୁରୁଜାଙ୍ଗ, ବିଜିଗୋଳ ଓ ରଙ୍ଗବେଡା ଆଦି ଗ୍ରାମର ୬ ଟି ପରିବାର ନିଜ ଜମି ହରାଇ ଚାକିରି ପାଇଁ ହକଦାର ଅଛନ୍ତି । କିନ୍ତୁ ୨୦୧୯ ରେ ବସିଥିବା RPDAC ର ନିର୍ଦ୍ଦେଶ ପରେ ମଧ୍ୟ ଏନଟିପିସି କର୍ତ୍ତୃପକ୍ଷ ନିଯୁକ୍ତି ନ ଦେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବାକୁ ଜମିହରା ପରିବାର ସୂଚନା ଦେଇଛନ୍ତି। ଫଳରେ ଏନଟିପିସି କୁ ଟ୍ରେନ ଯୋଗେ କୋଇଲା ପରିବହନ ବନ୍ଦ ରହିଛି।

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ