ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଢ଼ିଖିର


ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଢ଼ିଖିର ଗ୍ରାମ ପଞ୍ଚାୟତର ଗୋପପୁର ଗ୍ରାମର ପ୍ରଭାକର ଗାହାଣଙ୍କ ବାସଗୃହ ଆକସ୍ମିକ ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଖବର ପାଇ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଶ୍ରୀ ଶାରଦା ପ୍ରଧାନ।୩ଝିଅ ଓ ୩ପୁଅଙ୍କୁ ନେଇ ତାଙ୍କ ପରିବାରରେ ୮ଜଣ ସଦସ୍ୟ। ଏହି ଅଗ୍ନିକାଣ୍ଡରେ ତାଙ୍କ ବାସଗୃହ ସଂଲଗ୍ନ ଗୁହାଳରେ ଥିବା ଗାଈ ଓ ଛେଳି ଜୀବନ୍ତ ଦଗ୍ଧ ହେବା ସହ ସେ ନିଜର ସର୍ବସ୍ବ ହରାଇଛନ୍ତି। ଏଭଳି ଦୁଃଖଦ ସମୟ କୁ ସାମ୍ନା କରିବା ପାଇଁ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ଏତିକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ ଶ୍ରୀ ଶାରଦା ପ୍ରଧାନ।


error: Content is protected !!