କେବେ ଥମିବ ଗ୍ୟାସ୍ ଯନ୍ତ୍ରଣା । ସରକାର କହୁଛନ୍ତି ଗ୍ୟାସ୍ ପ୍ରଚୁର ପରିମାଣରେ ଅଛି, କିଛି ଅସୁବିଧା ହେବାର ନାହିଁ । ତାପରେ ବି ମିଳୁନି ଗ୍ୟାସ୍ । ଏବେବି ଗ୍ୟାସ୍ ଯନ୍ତ୍ରଣାରେ ଛଟପଟ ଲୋକେ । ଭଦ୍ରକ ସହରରୁ ଆସିଛି ଏମିତି କିଛି ଚିତ୍ର । ଯାହାକୁ ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି କି ଗ୍ୟାସ୍ ପାଇଁ ବି ଏମିତି ଲାଇନ୍ ଲାଗୁଛି ।
ଗ୍ୟାସ୍ ଯନ୍ତ୍ରଣା । ବୁକିଂ ହେଉଛି, କନଫର୍ମ ଓଟିପି ମଧ୍ୟ ଆସୁଛି । କିନ୍ତୁ ମିଳୁନି ଗ୍ୟାସ ସିଲିଣ୍ଡର । ଗ୍ୟାସ୍ ସିଲିଣ୍ଡର ନପାଇ କାରଣ ଖୋଜିବାକୁ ଗ୍ୟାସ୍ ଅଫିସ ଆଗରେ ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ୍ ।
ଭଦ୍ରକ ସହର ଥାନା ଛକ ନିକଟରେ ଥିବା ଜଗନ୍ନାଥ ଗ୍ୟାସ ଏଜେନ୍ସି ଆଗରେ ଦୁଇ ଦିନ ହେବ ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଗ୍ୟାସ ବୁକିଂ ପରେ ମଧ୍ୟ ମାସ ମାସ ହେବ ଗ୍ୟାସ ନମିଳୁଥିବାରୁ ଅଭିଯୋଗ ଜଣାଇବାକୁ ଏହି ଲମ୍ବା ଲାଇନ ଲାଗିଛି । ବୁକିଂର ନୂଆ ନିୟମ ପରେ ମଧ୍ୟ ବୁକିଂ କଲେ ଏଜେନ୍ସି ଗ୍ୟାସ ଯୋଗାଇ ଦେଉନଥିବା ଅଭିଯୋଗ ଆଣିବା ସହିତ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି । ଅନ୍ୟପଟେ ସଠିକ ଭାବେ ଗ୍ୟାସ ଯୋଗାଣ ହେଉନଥିବା ଘଟଣାକୁ ଏଜେନ୍ସି କର୍ମଚାରୀ ସ୍ୱୀକାର କରିଛନ୍ତି । ଏହାସହ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି କହିଛନ୍ତି ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ