ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ଥିବା ପାନୀୟଜଳ ପାଇପ୍ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି।
ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ମେଗା ପାଇପ୍ ପ୍ରକଳ୍ପ ଅଧୀନରେ ପାନୀୟଜଳ ଯୋଗାଣ ପାଇଁ ଏହି ପାଇପ୍ଟି ବ୍ରିଜ୍ ଉପରେ ଦେଇ ନିଆଯାଇଥିଲା। ପାଇପ ଫାଟିଯିବାରୁ ପ୍ରାୟ ୩୦ ମିନିଟ୍ ଧରି ପାଣି ରାସ୍ତା ଉପରେ ବହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।ବିକ୍ରମପୁର ନିକଟସ୍ଥ କତୁରୁ ଗ୍ରାମର ବାସିନ୍ଦା ନବୀନ ଘଟଣାସ୍ଥଳରେ ଉପସ୍ଥିତ ଥାଇ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବା ଜଣାପଡ଼ିଛି।
ନବୀନଙ୍କ କହିବା ଅନୁସାରେ, ସେ ପ୍ରାୟ ୩୦ ମିନିଟ ଧରି ସେଠାରେ ଅପେକ୍ଷା କରିଥିଲେ, କିନ୍ତୁ କୌଣସି ଅଧିକାରୀ କିମ୍ବା ବିଭାଗ ପକ୍ଷରୁ ତତ୍କାଳ କୌଣସି ବ୍ୟବସ୍ଥା ନେଉଯାଇ ନ ଥିଲା। ଏହା ସହିତ ଜଣେ ବ୍ୟକ୍ତି ରାସ୍ତା ଅତିକ୍ରମ କରିବା ସମୟରେ ପାଣିର ତୀବ୍ର ବେଗରେ ସ୍ଲିପ ହୋଇ ରାସ୍ତାରୁ ଦୂରକୁ ପଡ଼ିଥିବା କଥା ସେ ଉଲ୍ଲେଖ କରିଛନ୍ତି। ଏନେଇ ଗୁଣପୁର ଏକ୍ଜିକ୍ୟୁଟିଭ୍ ଅଫିସରଙ୍କୁ ଫୋନ ଯୋଗେ ସମ୍ପର୍କ କରାଯାଇଥିଲେ ମଧ୍ୟ ସେ କଲ୍ ରିସିଭ କରି ନ ଥିବାରୁ ସ୍ଥାନୀୟ ଲୋକମାନେ ଚିନ୍ତିତ ହୋଇପଡ଼ିଥିବା ଜଣାପଡ଼ିଛ। ଏହି ଘଟଣା ଦ୍ୱାରା ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିବା ସହ ତୁରନ୍ତ ପଦକ୍ଷେପ ନେବାକୁ ସମ୍ପର୍କିତ ବିଭାଗଙ୍କୁ ଦାବି କରିଛନ୍ତି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ