ମହାଦେବ ଅନ୍ଲାଇନ ବେଟିଂ ଆପ୍ ବେଆଇନ ଅର୍ଥକାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁବାଇରେ ୧୭ ଶହ କୋଟିର ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତି ମହାଦେବ ଅନ୍ଲାଇନ ବେଟିଂ ଆପ୍ର ମୁଖ୍ୟ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ସହ ଜଡ଼ିତ । ବେଆଇନ ଅର୍ଥ କାରବାର ନିରୋଧି ଆଇନ (ପିଏମ୍ଏଲ୍ଏ) ଅଧିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଏଥିରେ ଭିଲା ଏବଂ ଅନ୍ୟ ବାସଗୃହ ପ୍ରପର୍ଟି ସାମିଲ୍ ରହିଛି । ଏହା ମଧ୍ୟରୁ କିଛି ପ୍ରପର୍ଟି ବୁର୍ଜ ଖଲିଫାରେ ରହିଛି । ଏହାବାଦ ଦୁବାଇ ହିଲ୍ ଇଷ୍ଟେଟରେ ହାଇ ଭାଲ୍ୟୁ ଲକଜ୍ୟୁରି ଭିଲା ମଧ୍ୟ ସାମିଲ ରହିଛି ।
୨୦୧୮ରୁ ମହାଦେବ ବେଆଇନ ବେଟିଂ ସିଣ୍ଡିକେଟ ଚାଲିଥିଲା । ଏହି ପ୍ଲାଟଫର୍ମ ଏକଦା ଦୈନିକ ୨୦୦ କୋଟିର ଆୟ କରୁଥିଲା । ଏହାର କଲ୍ ସେଣ୍ଟର ଗୁଡ଼ିକ ୟୁଏଇ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ ଭଳି ସ୍ଥାନରେ ରହିଥିଲା । ଚନ୍ଦ୍ରାକର ଏବଂ ତାଙ୍କର ସହ ପ୍ରମୋଟର ରବି ଉପଲ୍ ଛତିଶଗଡ ବାସିନ୍ଦା ହୋଇଥିବା ବେଳେ ଦୁବାଇରେ ରହି ଏହି ସିଣ୍ଡିକେଟ ଚଳାଇଥିଲେ ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ