ନୂଆପଡ଼ା ଜିଲାରେ ଘରୋଇ ଏଲ୍ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭତ୍ତି କରି ଜିଲା ଯୋଗାଣ ବିଭାଗର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ନୂଆପଡ଼ା ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢାଉ କରି ୧୧ଟି ଏଲ୍ପିଜି ସିଲିଣ୍ଡର ଜବତ କରିଛି।ଜିଲା ସହକାରୀ ଯୋଗାଣ ଅଧିକାରୀ ପୂର୍ଣ୍ଣାଶା ଭୋଇଙ୍କ ନେତୃତ୍ୱରେ ଟିମ୍ ଚଢାଉ କରିଥିଲା। ଏହି ସମୟରେ ନୂଆପଡା ବ୍ଲକ ଯୋଗାଣ ନିରୀକ୍ଷକ ଶୁଭଶ୍ରୀ ଦାସ, କୋମନା ବ୍ଲକ ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଯାଞ୍ଚ ସମୟରେ ଘରୋଇ ଏଲ୍ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ପ୍ରମାଣ ମିଳିଥିଲା।
ଏଲ୍ପିଜି ସିଲିଣ୍ଡର ବ୍ୟବହାର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାରୁ ସେଗୁଡିକୁ ଜବତ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏପରି ଅବୈଧ କାର୍ଯ୍ୟରେ ଜଡିତ ଥିବା ବ୍ୟକ୍ତି ବିରୋଧରେ ଆଗାମୀ ଦିନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସହରର ସମସ୍ତ ବ୍ୟବସାୟୀଙ୍କୁ ନିୟମ ଅନୁଯାୟୀ କେବଳ ବାଣିଜି୍ୟକ ସିଲିଣ୍ଡର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
ହୋଟେଲରେ ଘରୋଇ
ସିଲିଣ୍ଡର ବ୍ୟବହାର କରୁଥିଲେ ସାବଧାନ

More Stories
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
ଗୋଚାଲାଣକୁ ରୋକିଲେ ଶ୍ରୀ ରାମ ଗୋସେବା ସମିତିର ସଦସ୍ୟ – ପହଞ୍ଚିଲେ ବିଧାୟକ,୭୮୦ ଗୋରୁ ଉଦ୍ଧାର ।
ପରଲୋକରେ ଅବସର ପ୍ରାପ୍ତ ସୈନିକ |