ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ସଦର ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟ ଙ୍କ ନେତୃତ୍ୱରେ ଏକ ଅବକାରୀ ଦଳ ଦିବା ଘ୨/୩୦ ମିନିଟ୍ ସମୟରେ ମାଲଗୋଦାମ ଥାନା ଅନ୍ତର୍ଗତ କଟକ ରେଲୱେ ଆର୍.ଆର୍.ଆଇ କୋଠାଘର ପାଖରେ ଥିବା କଟକ ରେଲୱେ ଷ୍ଟେସନ ର ୧ ନମ୍ବର ପ୍ଲାଟଫର୍ମ ନିକଟରେ ଚୋରାଚାଲାଣ ଲାଗି ଥୂବା ଆନୁମାନିକ ମୂଲ୍ୟ ଟ.୨,୦୮,୫୦୦/- ଙ୍କା ର ଗଞ୍ଜେଇ ଜବତ କରିବା ସହ ଏହି କାରବାର ରେ ସମ୍ପୃକ୍ତ ଥିବା ଜନୈକ ବ୍ୟକ୍ତି ଙ୍କୁ ଅବକାରୀ ଥାନା ମାମଲା ନଂ:-୬୨/୨୫-୨୬ ତାରିଖ ୨୬/୦୩/୨୦୨୬ ୠଜୁ କରି ଓଡ଼ିଶା ଅବକାରୀ ଆଇନ ୧୯୮୫ ର ଏନ୍.ଡି.ପି.ଏସ୍ ଧାରା ୨୦(ବି)(।।) ସି. ଆଧାର ରେ ଗିରଫ କରି
କଟକ ର ମାନନୀୟ ଜିଲ୍ଲା ଦୈ।ରା ଜଜ୍ ଙ୍କ କୋର୍ଟରେ ହାଜର କରାଯିବା ସହ ଜାମିନ ନାମଞ୍ଜୁର ହେବାରୁ ଚୋରା ଚାଲାଣକାରୀ ଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହି ଚଢାଉ ରେ ନିରୀକ୍ଷକ ଶ୍ରୀ ପାଇକରାୟ ଙ୍କ ସହ ରେଲୱେ ସୁରକ୍ଷା ବଳର ସହକାରୀ ନିରୀକ୍ଷକ ଶ୍ରୀ ମୟଙ୍କ କୁମାର ସହାୟତା କରିଥୂବା ବେଳେ ଜିଲ୍ଲା ଅବକାରୀ ବିଭାଗ, କଟକ -୧ ର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଶ୍ରୀ ତରୁଣ କୁମାର ପାତ୍ର, ସହକାରୀ ଉପ- ନିରୀକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ମାଝୀ, ଅବକାରୀ କନେଷ୍ଟବଳ ଶ୍ରୀ ଦୀପକ କୁମାର ସାହୁ ଓ ମହିଳା କନେଷ୍ଟବଳ ସୁଶ୍ରୀ ବାସନ୍ତୀ ସଲିମା ସହାୟତା କରିଥିଲେ। ଅଧିକ ତଦନ୍ତ ଲାଗି ଏବଂ ତଦନ୍ତ ରେ ବ୍ୟାଘାତ କୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରାଯାଉନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚୋରା ଗଞ୍ଜେଇ ଚାଲାଣ ର ମୂଳୋତ୍ପାଟନ କରିବା ଲାଗି କଟକ ଜିଲ୍ଲା ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ତିଓ୍ବାରୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

More Stories
କାଉଗୁଡା ପିଏମଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସଭା
୪୦୦ ଟଙ୍କା ପାଇଁ ବାପାକୁ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କଲା ପୁଅ |