ଲାଞ୍ଜିଗଡ,୨୭/୩ : ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଚଳିତ ବର୍ଷ ବୃତ୍ତି ପାଇଥିବା ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲାଞ୍ଜିଗଡ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା I ଲାଞ୍ଜିଗଡ ବ୍ଲକରେ ଚଳିତ ଶିକ୍ଷା ବର୍ଷରେ ମୋଟ ତୃତୀୟ ଶ୍ରେଣୀର ୧୮୩ଜଣ ଓ ପଞ୍ଚମ ଶ୍ରେଣୀର ୧୮୨ଜଣ ବୃତ୍ତି ପରୀକ୍ଷା ଦେଇଥିବା ବେଳେ ମୋଟ ୨୮ ଜଣ କୃତକାର୍ଯ୍ୟ ହୋଇଥିଲେ I ସେଥିମଧ୍ୟରୁ ତୃତୀୟ ବୃତ୍ତି ପାଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୭ ଜଣ ମେରିଟ ଓ ୭ ଜଣ ବିପିଏଲ ଛାତ୍ର ଛାତ୍ରୀ କୃତିତ୍ବ ଅର୍ଜନ କରିଥିବା ବେଳେ ସେହିପରି ପଞ୍ଚମ ବୃତ୍ତିରେ ମଧ୍ୟ ୭ ଜଣ ମେରୀଟ ଓ ୭ ଜଣ ବିପିଏଲ ଅନୁସାରେ କୃତିତ୍ବ ଅର୍ଜନ କରିଥିଲେ । ଆଜି ସେହି କୃତି ଛାତ୍ର ଛାତ୍ରୀ ମାନଙ୍କୁ ଲାଞ୍ଜିଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ଅଭିନବ ପ୍ରୟାସ ମାଧ୍ୟମରେ ସେମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ୍ କରାଯିବା ସହିତ ବୃତ୍ତିରେ କୃତି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଓ ସେହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ପଞ୍ଚାୟତ ସମିତ ଅଧ୍ୟକ୍ଷା ଶ୍ରୀମତୀ କମଳା ପାତ୍ର, ଲାଞ୍ଜିଗଡ଼ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ଲାଞ୍ଜିଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଷିଆ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭାରତ ଭୁଷଣ ସାହୁ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ସ୍ବାଇଁ, ଲାଞ୍ଜିଗଡ ବ୍ଲକର ୧୩ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I

More Stories
କାଉଗୁଡା ପିଏମଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
କଟକ ଜିଲ୍ଲା ଅବକାରୀ ବିଭାଗ ଜବତ କଲା ଗଞ୍ଜେଇ।
୪୦୦ ଟଙ୍କା ପାଇଁ ବାପାକୁ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କଲା ପୁଅ |