ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଂଚାୟତ ଅଧିନ ତିଆଡ଼ିସାହିରେ ମା’ ବାସନ୍ତୀ ଦୂର୍ଗାପୂଜା ବଡ ଧୂମଧାମରେ ପାଳିତ ହେଉଛି।ମା’ ବାସନ୍ତୀ ପୂଜା ଉପଲକ୍ଷେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳା ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରୁଛି। ମା’ଙ୍କ ପୂଜାରେ ତିଆଡ଼ିସାହି ଝଲୁସୁଛି ।ସପ୍ତମୀ ଠାରୁ ମା’ଙ୍କପୂଜା ଯଥାରୀତି ନୀତି ଅନୁସାରେ ହେଉଛି। ନବମୀ ପୂଜାରେ ମାନଶିକଧାରୀ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ଭୋଗ ନୈବେଦ୍ୟ ଦେଇଥିଲେ ।ବିଶେଷ ଭବେ ବହୁ ମାନଶିକଧାରୀ ମହିଳା ଶ୍ରଦ୍ଧାଳୁ ନବମୀ ପୂଜାରେ ମା”ଙ୍କୁ ଦର୍ଶନ କରିବା ସହିତ ମଣ୍ଡପରେ ଘଂଟା ଘଂଟାଧରି ବସିରହି ଭୋଗଲାଗିକରିଥାନ୍ତି। ମା”ଙ୍କୁ ଯିଏ ଯାହା ମାନସିକ କରି ମାଗନ୍ତି ମା”ତାହାପୁରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ନବମୀ ଠାରୁ ମା”ଙ୍କ ନିକଟରେ ଯଜ୍ଞ ହୋଇଥିଲା।ଗତ ବର୍ଷ ଯଜ୍ଞା ସମୟରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା। ଯଜ୍ଞା କୁଣ୍ଡ ନିକଟରୁ ଏକ ସର୍ପ ବାହାରି ମା”ଙ୍କ ଆସ୍ଥାନ ନିକଟକୁ ଯାଇ ସେଠାରୁ କେଉଁଆଡ଼େ ଅନ୍ତର୍ଦ୍ଧ୍ୟାନ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟକରିଥିଲା ।ତିଆଡ଼ିସାହିରେ ୧୯୫୧ମସିହାରେ ସ୍ୱର୍ଗତ ପୁରୁଷୋତମ ମିଶ୍ର,ଈଶ୍ୱ ଚନ୍ଦ୍ର ମିଶ୍ର,ପଂଚାନନ ମହାକୁଡ଼,ଖଗେଶ୍ୱର ବିଶ୍ୱାଳଙ୍କ ପ୍ରଚେଷ୍ଟାରେ ମା’ବାସନ୍ତୀ ପୂଜା ଆରମ୍ଭ ହୋଇଥିଲା।ସେତେବେଳେ ଚାଳ ଚାପରଘରେ ମା’ପୂଜା ପାଉଥିଲେ ।ଏବେ ପକ୍କାମନ୍ଦିରରେ ମା’ଙ୍କ ମୂଣ୍ମୟୀ ମୂର୍ତି ପୂଜା ପାଉଛନ୍ତି।ଚଳିତ ବର୍ଷ ପୂଜାରେ କର୍ତାଭାବେ କାର୍ତିକ ମିଶ୍ର,ତାଙ୍କ ପତ୍ନୀ ସୁପ୍ରଭା ମିଶ୍ର ଓ ପୂଜକ ଭାବେ ଶ୍ରୀନିବାସ ମିଶ୍ର, ଶ୍ରୀଧର ମିଶ୍ର, ଧୁକୁଡି ମିଶ୍ର,ପୂଜାକାର୍ଯ୍ୟ ତୁଲାଉଛନ୍ତି।ପୂଜା କମିଟିର ଉପଦେଷ୍ଟା ନୃସିଂହ ମହାକୁଡ଼,ପ୍ରଦୀପ ମହାକୁଡ଼,ରାଜାରାମ ମହାକୁଡ଼ଙ୍କ ତତ୍ୱାବଧାନରେ ସଭାପତି ସତ୍ୟରଞ୍ଜନ ମିଶ୍ର,ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାକୁଡ଼,ସଦସ୍ୟ ଶାନ୍ତନୁ ମହାକୁଡ଼,ମୋଚନ ପଣ୍ଡା ,ସୁଶାନ୍ତ ବିଶ୍ୱାଳ, ଜୟଗୁର ମହାକୁଡ଼,ଦୀନବନ୍ଧୁ ମହାକୁଡ଼, ସରୋଜ ମିଶ୍ର,ମଧୁସୂଦନ ପାଣ୍ଡବ,ପ୍ରଶାନ୍ତ ସାହୁ,ଶରତ ମହାକୁଡ଼ , ରମଣ ରଞ୍ଜନ ମହାନ୍ତି ଓ ସତ୍ୟଭାମା ବିଶ୍ୱାଳ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଥିବା ବେଳେ ଅଂଚଳ ବାସୀ ସହଯୋଗ କରୁଛନ୍ତି।ମା’ବାସନ୍ତୀପୂଜା ଉପଲକ୍ଷେ ଅପେରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

More Stories
ଅଭିଯୁକ୍ତ ଚମ୍ପଟ୍ ଘଟଣା, ୩ପୋଲିସ ସସ୍ପେଣ୍ଡ୍
୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ, ଏମ୍ସ ଭୁବନେଶ୍ବର ଓ ନାମ୍ସ ପକ୍ଷରୁ ଆଞ୍ଚଳିକ ଚିକିତ୍ସା ଶିକ୍ଷା କାର୍ଯ୍ୟକ୍ରମ