କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା। ଏହା ଜାଣି ପାରି ଚାଳକ ଟ୍ୟାଙ୍କରକୁ ସେଠାରେ ଅଟକାଇଥିଲେ। ତେବେ ଟ୍ୟାଙ୍କରରୁ ବହୁ ପରିମାଣରେ ଗ୍ୟାସ ନିର୍ଗତ ହେଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି।ଏହି ଟ୍ୟାଙ୍କରଟି ଆନ୍ଦ୍ରପ୍ରଦେଶ ର ଶ୍ରୀକାକୁଲମ ଠାରୁ ଲୁହା ସଫା କରିବା କେମିକାଲ ଧରି ରାୟପୁରକୁ ଯାଉଥିଲା। ଖବର ପାଇ ଘଟଣା ସ୍ଥଳକୁ ଜୁନାଗଡ଼ ପୋଲିସ ଓ ଅଗ୍ନିଶମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପଟେ ଅନ୍ୟ ଏକ ଟ୍ୟାଙ୍କର ଆସି ଲିକେଜ ହେଉଥିବା ଟ୍ୟାଙ୍କରର କେମିକାଲକୁ ସ୍ଥାନାନ୍ତର କରୁଥିବା ଜଣାପଡିଛି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…