March 28, 2026

Now Odisha

Now Odisha

ଚରଦିଆ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଦଇବ ସାହା, ୫ବର୍ଷରେ ଶେଷ ହେଲାନାହିଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା

Spread the love

ଚରଦିଆ ପଂଚାୟତ ଏକ ଅବହେଳିତ ପଂଚାୟତ ଭାବେ ଚାନ୍ଦବାଲି ପଂଚାୟତ ସମିତିରେ କ୍ଷାତ ହୋଇଥିବା ବେଳେ ଏହି ପଂଚାୟତରେ ଥିବା ଗ୍ରାମ୍ୟ ଉନ୍ନୟନ ସଡକ ମଧ୍ୟ ଏଥିରୁ ବାଦ ପଡିନାହିଁ। ଏହି କଥାକୁ ନେଇ ବାରମ୍ଭାର ଅଭିଯୋଗ ପରେ ମଧ୍ୟ ଫଳ ଶୂନ ଫଳରେ ଏହି ପଂଚାୟତ ବାସୀ ଶେଷରେ ସେମାନଙ୍କୁ ଦଇବ ସାହା ବୋଲି କହି ହାତ ଟେକି ଦେଉଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଦାବିଷ୍ନୁ ସାଜିଛି।

ଅଭିଯୋଗ ଅନୁଯାଇ ୨୦୨୧ ମସିହାରେ ଏହି ପଂଚାୟତକୁ ଆରମ୍ଭ ହୋଇଥିବା କୁଆଁସ – ଚରଦିଆ ଭାୟା ଗୋବିନ୍ଦପୁର, ଚାନ୍ଦକୁଡା ରାସ୍ତା ଟି ଦୀର୍ଘ ୫ବର୍ଷ ବିତିଯାଇଥିଲେ ମଧ୍ୟ ଶେଷ ହୋଇ ପାରିଲା ନାହିଁ। ଇତି ମଧ୍ୟରେ ୨ଜଣ ଏସଡିଓ ୨ଜଣ କନିଷ୍ଠଯନ୍ତ୍ରୀ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଅନ୍ୟତ୍ର ବଦଳି ହୋଇଯାଇଥିଲେ ମଧ୍ୟ କାମଚଳା କନିଷ୍ଠଯନ୍ତ୍ରୀ ଡେପୁଟେସନରେ ଏବଂ ଏହି ଦାୟିତ୍ୱରେ ଥିବା ଏସଡିଓ ମଧ୍ୟ ଅନ୍ୟତ୍ର ଡେପୁଟେସନରେ କାର୍ଯ୍ୟ ଚଳାଇଥିବା ବେଳେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ କେବଳ ସ୍ଥାଣୁ ପାଲଟି ଯାଇଛି। ଏହି ବିଭାଗରେ ଥିବା କନିଷ୍ଠଯନ୍ତ୍ରୀ ଜଣକ ଭଣ୍ଡାରିପୋଖରୀ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ତେଣୁ ଦୀର୍ଘ ୮୦କି.ମି ଦୂରରେ ରହି ଚାନ୍ଦବାଲି ସେକ୍ସନର ଏମ.ବି ବୁକ(ମାପ ବହି) ମଧ୍ୟ ତାଙ୍କ ପାଖରେ କାର୍ଯ୍ୟର ଅଗ୍ରଗତି ମଧ୍ୟ ୮୦ କି.ମି ଦୂର ଭଣ୍ଡାରିପୋଖରୀରେ।। ଚରଦିଆ ପଂଚାୟତରେ ଚିଳଂଚି ୪ଛକ ଠାରୁ କସ୍ତୁରୀକରଣ ରାସ୍ତାର ଲମ୍ବ ୮ କି.ମି , ଶୈଳେନ୍ଦ୍ର ପଲ୍ଲୀ ଛକରୁ ଶୈଳନ୍ଦ୍ରପଲ୍ଲୀ ଗ୍ରାମର ଲମ୍ବ-୧.୫ କି.ମି , କନକପଲ୍ଲୀ- ଚରଦିଆ ରାସ୍ତାର ଲମ୍ବ ୩.୭କି.ମି , ବାଂଛାନିଧିପୁର – ଶୈଳେନ୍ଦ୍ରପଲ୍ଲୀ ଭାୟା ହରେକୃଷ୍ନ ପୁର ରାସ୍ତାର ଲମ୍ବ ୪କି.ମି ଏବଂ ଚରଦିଆ – ତୋଟାପଡା ରାସ୍ତାର ଲମ୍ବ ୧୨ କି.ମି । ଏହି ସମସ୍ତ ରାସ୍ତା ଚରଦିଆ ପଂଚାୟତର ହୋଇଥିବା ବେଳେ ଏହି ସମସ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ। ୨୦୨୨ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ଦେଉ ନାହାନ୍ତି। ବୋଲି ଚରଦିଆ ପଂଚାୟତ ସରପଂଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ ଅଭିଯୋଗ ଆଣିଛନ୍ତି। ଯେଉଁ ସ୍ଥାନରେ ସଂପୂର୍ଣ ମରାମତି ଜରୁରୀ ଅଛି ସେହି ସ୍ଥାନରେ ପ୍ୟାଚ ପକାଇ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି ବିଭାଗୀୟ କନିଷ୍ଠଯନ୍ତ୍ରୀ କହୁଥିବା ବେଳେ ଆଉ କେଉଁଠି ରାସ୍ତା ସଂପୂର୍ଣ ସଫା ନକରି ପିଚୁ କରିଦେଉଛନ୍ତି ଫଳରେ ପିଚୁ ହୋଇଥିବା ଅଂଶ ଗୁଡିକ ନଖ ମାରିଲେ ଫଡା ଫଡା ଉଠି ଯାଉଛି। ୨୦୨୧ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦୀର୍ଘ ୫ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିଲା ନାହିଁ । ଏହି ରାସ୍ତାକୁ ଶେଷରେ ପଂଚାୟତ ସରପଂଚ ନିଜ ପଂଚାୟତ ଅର୍ଥରେ ପ୍ୟାଚ ପକାଇ ଯାତାୟତ ଉପଯୋଗୀ ପ୍ରତିବର୍ଷ କରୁଛନ୍ତି। କନକପଲ୍ଲୀ- ହବାଳିଘାଟ ରାସ୍ତା ର ଲମ୍ବ ୩.୭ କି.ମି ହୋଇଥିବା ବେଳେ ଏହି ରାସ୍ତା ଖଣ୍ଡକ ନୂତନ ଭାବେ ନିର୍ମାଣ କରିବାକୁ ପଂଚାୟତବାସୀ ଦୀର୍ଘ ଦିନ ହେବ ଦାବୀ କରି ଆସୁଛନ୍ତି ମାତ୍ର ବିଭାଗୀୟ ଅଧିକାରୀ କେବଳ ଏହାକୁ ପ୍ୟାଚ କରିବା ପାଇଁ ଟେଣ୍ଡର କରିଦେଲେ ମାତ୍ର ସଂପୃକ୍ତ ଠିକାଦାର ଏହି ରାସ୍ତାକୁ ଦେଖି ହୋଇଥିବା ଆକଳନ( ଏଷ୍ଟିମେଟ)ରେ କରିବା ସମ୍ଭବ ନୁହେଁ ବୋଲି ଅଂଚଳବାସୀ ପ୍ରତିକ୍ରିୟା ରଖିଛନ୍ତି। ବିଗତ ୫ବର୍ଷରେ ଚରଦିଆ ପଂଚାୟତକୁ ସାବତ ମା;ର ଛୁଆ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଆକଳନ କରିଥିବା ବେଳେ ବିଭାଗୀୟ କର୍ତୁପକ୍ଷ ପଂଚାୟତର ଥିବା ସମସ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଠିକ ଭାବେ ଦୃଷ୍ଟି ଦେବା ସହ ନୂତନ ଭାବେ ମରାମତି ଜରୁରୀ ହୋଇ ପଡିଛି ବୋଲି ମତ ପ୍ରକାଶ ପାଇଛି।
ପ୍ରତିକ୍ରିୟା :ଅଚିନ୍ତ ପାତ୍ର:(ଗ୍ରାମବାସୀ) ଏହି ବିଭାଗରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଭଣ୍ଡାରୀପୋଖରୀ ଦାୟିତ୍ୱରେ ଥିବା ବେଳେ ସେ ମରାମତି ହେଉଥିବା ରାସ୍ତା କୁ ତଦାରଖ କରୁନାହାନ୍ତି ଫଳରେ ସଂପୃକ୍ତ ଠିକାଦାର ରାସ୍ତାର କାର୍ଯ୍ୟ ନିମ୍ନ ମାନର କରି ବିଲ ଉଠାଇ ନେଉଛନ୍ତି। ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗରେ ତୁରନ୍ତ ନୂତନ କନିଷ୍ଠଯନ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ ଦାବୀ କରୁଛୁ। ଏଥିସହ ଚରଦିଆ ପଂଚାୟତକୁ ସାବତ ମା ର ଛୁଆ ବୋଲି ବିବେଚନା ନକରି ସଠିକ ଭାବେ ଆକଳନ କରିବା ସହ ସଠିକ ଏଷ୍ଟିମେଟ କରି କାର୍ଯ୍ୟ କରିବା ଜରୁରୀ।
ପ୍ରତିକ୍ରିୟା: ପ୍ରଶାନ୍ତ ମାଝୀ (ସରପଂଚଙ୍କ ପ୍ରତିନିଧି)ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗରେ କୌଣସି କନିଷ୍ଠଯନ୍ତ୍ରୀ ନଥିବା ବେଳେ ବିଭାଗୀୟ ଅଧିକାରୀ ଡେପୁଟେସନରେ କାର୍ଯ୍ୟ ଚଳାଇ ଆସୁଛନ୍ତି ଫଳରେ ନିର୍ମାଣ ହେଉଥିବା କୌଣସି କାର୍ଯ୍ୟର ମାନ ରହୁ ନାହିଁ ତୁରନ୍ତ ନୂତନ କନିଷ୍ଠଯନ୍ତ୍ରୀଙ୍କୁ ନିଯୁକ୍ତି ଦେବା ସହ ସମସ୍ତ କାର୍ଯ୍ୟର ମାନ ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇ ପଡିଛି। (ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଥିଲେ।

error: Content is protected !!