ଭୁବନେଶ୍ୱର, ୦୮/୦୪: ରାଜ୍ୟର ପେଟ୍ରୋଲ୍ ପମ୍ପରେ ମିଳିବ ୫ କେଜି ଏଲ୍ପିଜି ଗ୍ୟାସ୍। ଏ ନେଇ ପ୍ରେସ୍ମିଟ୍ରେ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ମନ୍ତ୍ରୀ କହିଛନ୍ତି, ୫ କେଜି ଏଲ୍ପିଜି ଗ୍ୟାସ୍ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ଫ୍ରି ଟ୍ରେଡ୍ ଏଲ୍ପିଜି ସ୍କିମ୍ରେ ଉପଲବ୍ଧ ହେବ। ଦେଶର ୩ ଗ୍ୟାସ୍ କମ୍ପାନୀ ଏହା ଉପଲବ୍ଧ କରାଇବେ। କେବଳ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ। ୫ କେଜି ଟାଙ୍କି ୧୫୩୭, କେବଳ ରିଫିଲିଂ ପାଇଁ ୫୯୩ ଟଙ୍କା ପଡ଼ିବ। କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ଡରରେ ରିଫିଲିଂ ହେବ, ଅନ୍ୟ ସିଲିଣ୍ଡର ହେବନି। ଯେଉଁ ଏଜେନ୍ସି କଳାବଜାରୀ କରିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରିଫିଲ୍ ପାଇଁ କୌଣସି ଦୈନିକ କଟକଣା ନାହିଁ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…