April 10, 2026

Now Odisha

Now Odisha

ନାଲକୋ ଆନୁକୁଲ୍ୟରେ ଭୁବନେଶ୍ୱରଠାରେ ଅଲ୍ ଇଣ୍ଡିଆ ପବ୍ଲିକ୍ ସେକ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Spread the love

ଭୁବନେଶ୍ୱର, ୦୮/୦୪: ଭୁବନେଶ୍ୱରରେ ଆଜି ଅଲ୍ ଇଣ୍ଡିଆ ପବ୍ଲିକ୍ ସେକ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍(ନାଲକୋ) ଏହି ମର୍ଯ୍ୟାଦାଜନକ ଜାତୀୟ ସ୍ତରୀୟ ଇଭେଣ୍ଟ ଆୟୋଜନ କରୁଛି।

ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଉଦ୍ଘାଟନ ସମାରୋହରେ ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ), ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବସମ୍ବଳ), ଶ୍ରୀ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ (ଅର୍ଥ), ଶ୍ରୀ ଅନିଲ କୁମାର ସିଂହ, ନିର୍ଦ୍ଦେଶକ (ବାଣିଜ୍ୟିକ) ଏବଂ ଅଖିଳ ଭାରତୀୟ ସାର୍ବଜନୀନ କ୍ଷେତ୍ର କ୍ରୀଡା ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଭିନ୍ନ ପିଏସୟୁର ପ୍ରତିନିଧି ଏବଂ ନେତୃତ୍ୱ ମଧ୍ୟ ଉପସ୍ଥିତ ଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ବୃଦ୍ଧି କରିବା ସହିତ ଦଳଗତ ମନୋଭାବକୁ ସୁଦୃଢ଼ କରିବା, ନେତୃତ୍ୱ ଗୁଣାବଳୀ ବୃଦ୍ଧି କରିବା ଏବଂ ଏକ ପ୍ରେରଣାଦାୟକ କର୍ମଶକ୍ତି ଗଠନ କରିବାରେ କ୍ରୀଡାର ଭୂମିକା ସମ୍ବନ୍ଧରେ ମତ ପୋଷଣ କରିଥିଲେ। କ୍ରିଡା ମାଧ୍ୟମରେ ଶୃଙ୍ଖଳା, ସ୍ଥିରତା ଏବଂ ସହଯୋଗ ତଥା ସାଂଗଠନିକ ଉତ୍କର୍ଷତା ହାସଲ ଦିଗରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ନାଲକୋରେ କ୍ରୀଡାର ପ୍ରୋତ୍ସାହନ ନିମନ୍ତେ ସ୍ଥାୟୀ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ।ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ ନିମନ୍ତେ ଭୁବନେଶ୍ୱର ସହର ପ୍ରସିଦ୍ଧି ହାସଲ କରିଥିବା ବେଳେ, ପ୍ରଥମ ଥର ପାଇଁ ଅଲ୍ ଇଣ୍ଡିଆ ପବ୍ଲିକ୍ ସେକ୍ଟର ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଭୁବନେଶ୍ୱର ରେ ଆୟୋଜିତ ହେଉଅଛି। ଅଖିଳ ଭାରତୀୟ ପବ୍ଲିକ୍ ସେକ୍ଟର କ୍ରୀଡା ନିୟନ୍ତ୍ରଣ ବୋର୍ଡ, ନୂଆଦିଲ୍ଲୀ ସମନ୍ୱୟରେ ଆୟୋଜିତ ଏହି ଚାରି ଦିନିଆ ଚାମ୍ପିଅନସିପ୍, ଏପ୍ରିଲ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ କୀଟ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି।

ଏହି ଟୁର୍ଣ୍ଣାମେଣ୍ଟରେ କୋଲ୍ ଇଣ୍ଡିଆ ଲିମିଟେଡ୍, ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍, ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍, ଅଏଲ୍ ଇଣ୍ଡିଆ ଲିମିଟେଡ୍, ଭାରତୀୟ ଖାଦ୍ୟ ନିଗମ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତୀୟ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ, ଭାରତୀୟ ଜୀବନ ବୀମା ନିଗମ, କର୍ମଚାରୀ ରାଜ୍ୟ ବୀମା ନିଗମ ସମେତ ୧୪ଟି ସରକାରୀ କ୍ଷେତ୍ର ସଂସ୍ଥାକୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ଖେଳାଳୀ ଅଂଶଗ୍ରହଣ କରିଛନ୍ତି।

ଉଦଘାଟନୀ ଉତ୍ସବରେ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଖେଳାଳି, ଅଧିକାରୀ ଏବଂ ବ୍ୟାଡମିଣ୍ଟନ ଉତ୍ସାହୀଙ୍କ ଏକ ବିଶାଳ ସମାବେଶ ଉଦଘାଟନୀ ଦିବସକୁ ରୁଦ୍ଧିମନ୍ତ କରିଥିଲା ।

error: Content is protected !!