ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଅବକାରୀ ଥାନା ଏବଂ ବାରିପଦା ମୋବାଇଲ ୟୁନିଟ୍ ପକ୍ଷରୁ ଆକ୍ସନ। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ମହୁଲ ପୋଚ ଜବତ କରାଯାଇଛି। ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଅବକାରୀ ବିଭାଗ ପକ୍ଷରୁ ବାରିପଦା ସଦର ଥାନା ଅନ୍ତର୍ଗତ ଜଗନ୍ନାଥପୁର, କୁଣ୍ଡଳବଣି, ମହୁଲିଆ ଏବଂ ଜ୍ୟୋତିପୁର ଅଞ୍ଚଳରେ ଗୁରୁବାର ଅପରାହ୍ନ ସମୟରେ ଅତର୍କିତ ଚଢ଼ାଉ କରାଯାଇଥିଲା।
ତେବେ ଏଥିରେ ଜଗନ୍ନାଥପୁର ଗ୍ରାମରୁ କାଶୀରାମ ସିଂ ଙ୍କ ନିକଟରୁ ୨୮ ଲିଟର ଓ ପବିତ୍ର ସିଂ ଙ୍କ ନିକଟରୁ ୨୫ ଲିଟର ଏବଂ କୁଣ୍ଡଳବଣି ଗ୍ରାମରୁ ଦୁର୍ଗା ସିଂ ଙ୍କ ନିକଟରୁ ୨୭ ଲିଟର ଦେଶୀ ମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହା ବ୍ୟତୀତ ମହୁଲିଆ ଅଞ୍ଚଳରୁ ୩୯୦ ଲିଟର ଦେଶି ମଦ ଓ ୪୫୦୦ ଲିଟର ମହୁଲ ପୋଚ ଏବଂ ଜ୍ୟୋତିପୁର ଅଞ୍ଚଳରୁ ୨୩୦ ଲିଟର ଦେଶି ମଦ ଓ ୪୧୫୦ ଲିଟର ମହୁଲ ପୋଚ ଜବତ କରାଯାଇଥିଲା। ରାତିରେ ପ୍ରେମିକ ପାଖରେ ଶୋଇଥିଲା ବିବାହିତା ଭଉଣୀ, ଦେଖିଦେଲା ଭାଇ…ସକାଳେ ସବୁ କହିଦେଲା ୧୦ ବର୍ଷର ପୁଅ ତେବେ ଏହି ଚଢ଼ାଉ ସର୍ବମୋଟ ୭୦୦ ଲିଟର ଦେଶୀ ମଦ ଏବଂ ୮୬୫୦ ଲିଟର ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ଅବକାରୀ ବିଭାଗର ବାରିପଦା ମୋବାଇଲ ୟୁନିଟ୍ ଆଇଆଇସି ସଞ୍ଜୟ କୁମାର କାଣ୍ଡି ଏବଂ ସଦର ଅବକାରୀ ଓଆଇସି ପ୍ରହଲ୍ଲାଦ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏଏସଆଇ ଦେବରାଜ ସାହୁ, ଅମ୍ବିକା ପ୍ରସାଦ ନାୟକ, ସଞ୍ଜୀବ କୁମାର ମହାପାତ୍ର ଏବଂ ରଞ୍ଜିତ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ। ଆଗାମୀ ଦିନରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

More Stories
୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି
ହର୍ମୁଜ ନିକଟ ସମୁଦ୍ରରେ ଖଞ୍ଜାଯାଇଛି ‘ସି-ମାଇନ୍ସ
ଓଡ଼ିଶାରେ ଧାନ କ୍ରୟରେ ଐତିହାସିକ ରେକର୍ଡ