ବାହୁବଳୀ ଷ୍ଟାର ପ୍ରଭାସ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ସହିତ ଫିଲ୍ମ ‘ସ୍ପିରିଟ୍’ରେ କାମ କରୁଛନ୍ତି । କିନ୍ତୁ ନିଜ ବ୍ୟସ୍ତବହୁଳ ସୁଟିଂ ମଧ୍ୟରୁ ସମୟ କାଢି ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର: ଦ ରିଭେଞ୍ଜ’ ଦେଖିବାକୁ ପ୍ରଭାସ ଯାଇଛନ୍ତି । ଧୁରନ୍ଧର ରିଲିଜ ହେବାର ପାଖାପାଖି ୨୦ ଦିନ ପରେ ପ୍ରଭାବ ଏହି ଫିଲ୍ମର ମଜା ନେଇଛନ୍ତି ।
ପ୍ରଭାସ ଫିଲ୍ମ ଦେଖିବା ପରେ ପ୍ରଶଂସା କରିଛନ୍ତି । ପ୍ରଭାସ ସହିତ ସନ୍ଦୀପ ରେଡ୍ଡୀ ମଧ୍ୟ ଫଟୋରେ ନଜର ଆସିଛନ୍ତି । ପ୍ରଭାସ ଅଲ୍ଲୁ ଅର୍ଜୁନଙ୍କ ଥିଏଟର ଅଲ୍ଲୁ ସିନେମାସରେ ଫିଲ୍ମ ଦେଖିଛନ୍ତି । ଦୁହିଁଙ୍କୁ ଫିଲ୍ମ ବହୁତ ପସନ୍ଦ ଆସିଛି ।
ଧୁରନ୍ଧରର ନିର୍ଦ୍ଦେଶନା ଆଦିତ୍ୟ ଧର ଦେଇଥିଲେ ବେଳେ ମୁଖ୍ୟ ଭୂମିକାରେ ସଂଜୟ ଦତ୍ତ, ଆର ମାଧବନ, ଅର୍ଜୁନ ରାମପାଲ, ରାକେଶ ବେଦୀ ଏବଂ ସାରା ଅର୍ଜୁନ ନଜର ଆସିଛନ୍ତି । ଫିଲ୍ମ ୨୧ ଦିନରେ ୱାଲର୍ଡୱାଇଡ ୧୬୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି । ଭାରତରେ ଏହି ଫିଲ୍ମ ଏଯାଏଁ ୧,୦୪୧ କୋଟି ଟଙ୍କା ଆୟ କରିସାରିଲାଣି ।
ପ୍ରଭାସଙ୍କ ଅପକମିଂ ଫିଲ୍ମ ସ୍ପିରିଟ ଦୀର୍ଘଦିନରୁ ଚର୍ଚ୍ଚାରେ ରହିଛି । ପୂର୍ବରୁ ଏହି ଫିଲ୍ମରେ ଦୀପିକା ରହିଥିଲେ କିନ୍ତୁ ସମୟ ଏବଂ ଫିକୁ ନେଇ ବିବାଦ ଦେଖାଦେବାରୁ ଫିଲ୍ମ ଛାଡିଦେଇଥିଲେ । ଏବେ ଫିଲ୍ମରେ ଦୀପିକାଙ୍କ ସ୍ଥାନରେ ତ୍ରିପ୍ତି ଡିମରୀ, ବିବେକ ଓବରୟ ନଜର ଆସିବେ ।

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ