ନୂଆଦିଲ୍ଲୀ, ୦୯/୦୪: ଆଜି ଆସାମ, କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି
ସକାଳ ୧୧ଟା ସୁଦ୍ଧା ଆସାମରେ ୩୮.୯୨%, କେରଳମ୍ ରେ ୩୩.୨୮% ଓ ପୁଡୁଚେରୀରେ ୩୭.୦୬% ମତଦାନ ହୋଇଛି।କେରଳମ୍ ରେ ୧୪୦ଟି ଆସନ, ଆସାମରେ ୧୨୬ଟି ଆସନ ଏବଂ ପୁଡୁଚେରୀରେ ୩୦ଟି ଆସନ ପାଇଁ ଏକକ ପର୍ଯ୍ୟାୟରେ ମତଦାନ ହେଉଛି। ପାଖାପାଖି ୫.୩ କୋଟି ଭୋଟର ଆଜି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।
ଆସାମରେ ବିଜେପି ନେତୃତ୍ୱାଧୀନ NDA ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟ ଲଢ଼େଇ ହେଉଥିବା ବେଳେ କେରଳରେ ବିଜେପି, ଶାସକ ବାମପନ୍ଥୀ ମେଣ୍ଟ (LDF) ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ସମସ୍ତ ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ମେ ୪, ୨୦୨୬ ରେ ଘୋଷଣା କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭୋଟରଙ୍କୁ, ବିଶେଷ କରି ଯୁବ ଓ ମହିଳା ଭୋଟରଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଆହ୍ୱାନ ଦେଇଛନ୍ତି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି