ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଓଡ଼ାପଡ଼ା ବ୍ଲକ ଅଚାନକ ପରିଦର୍ଶନ


ଢେଙ୍କାନାଳ:(ନିର୍ମଳ ଗଡନାୟକ):- ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅଚାନକ ପରିଦର୍ଶନ କରିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଅକ୍ଷୟ କୁମାର ବେହେରା । ବିଭିନ୍ନ ଶିକ୍ଷାନୁଷ୍ଠାନର ମଧ୍ୟାହ୍ନ ଭୋଜନ ଯାଞ୍ଚ ଓ ପରିବେଶ ଉପରେ ତୀକ୍ଷଣ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଏହି ଅବସରରେ ପରଜଙ୍ଗ ବ୍ଲକ , କାମାକ୍ଷାନଗର ବ୍ଲକ ,ଭୁବନ ବ୍ଲକ ଓ କଙ୍କଡ଼ାହାଡ଼ ବ୍ଲକ ପରିଦର୍ଶନରେ ଯାଇ କେତେକ ଶିକ୍ଷାନୁଷ୍ଠାନର ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବା ସହ ବିଦ୍ୟାଳୟର ପରିବେଶ ଉପରେ ଦୃଷ୍ଟିଗୋଚର କରିବା ପରେ ଶ୍ରୀ ବେହେରା ଶୁକ୍ରବାର ଜିଲ୍ଲାର ଓଡ଼ାପଡ଼ା ବ୍ଲକ ଅଚାନକ ପରିଦର୍ଶନ କରି କମଳାଙ୍ଗ -୧(କ) ୨-(କ), ଜନାଳଙ୍ଗ – ୧ , ମାନିଆ ବେଡା , ମଙ୍ଗଳପୁର – ୧ ,୨ ,୩ ,୪( କ) , କୁରୁଣ୍ଟି – ୧ , ୨ , କୁରୁଣ୍ଟି – ୨(କ) କୁରୁଣ୍ଟି –୧ ( କ) ,ଏବଂ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଭଗାମୁଣ୍ଡା ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟ , କମଳାଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ , ମାନିଆବେଡା ପ୍ରାଥମିକ ବିଦ୍ୟାଳୟ , ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,କୁଶୁପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କୁରୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶିବପୁର ସେବାଶ୍ରମ ବିଦ୍ୟାଳୟ ପ୍ରଭୃତି ପରିଦର୍ଶନ କରିଥିଲେ ।ଅଧିକାଂଶ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ଖାଦ୍ୟର ମାନ ନିମ୍ନ ମାନର ହୋଇଥିବାରୁ କ୍ଷୁବ୍ଧ ପ୍ରକାଶ କରିବା ସହ ଅଙ୍ଗନୱାଡ଼ି କର୍ମୀ ଓ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ତାଗିତ କରିଥିଲେ ।ଆଗକୁ ଶ୍ରୀ ବେହେରାଙ୍କ ଅଚାନକ ପରିଦର୍ଶନ ଜାରି ରହିବ ବୋଲି କହିଛନ୍ତି ।


error: Content is protected !!