ଏସପି ଯାଜପୁରଙ୍କୁ ନିର୍ଦେଶ


ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଗ୍ରାମରେ କାଶ୍ମୀର ରାଜ୍ୟର ନାଗରିକ କାଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କୀବାଦୀ ସୟଦ ଇସାନ ବୁଖାରୀ ଦୀର୍ଘ ୫ ବର୍ଷ ହେଲା ରହୁଥିବା ବେଳେ ଓଡିଶା କ୍ରାଇମିବ୍ରାଞ୍ଚ ହାତରେ ଧରା ହେବା ପରେ ଓଡିଶା କ୍ରାଇମିବ୍ରାଞ୍ଚ ସ୍ପଷ୍ଟ କରିଥିଲେ ଯେ ମୋଷ୍ଟ ୱାଣ୍ଟେଡ ଆତଙ୍କୀବାଦୀ ସୟଦ ଇସାନ ବୁଖାରୀ ପାକିସ୍ତାନର ଆଇଏସଆଇ ସହିତ ଲିଙ୍କ ଅଛି | ଏହି ଘଟଣା ସାରା ଭାରତ ବର୍ଷରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ମାନ୍ୟବର କମିଶନଙ୍କ ଏକ ସ୍ପେଶାଲ ଟିମ ତଦନ୍ତ କରିବାକୁ ଗତ 17/12/2023 ରେ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୨୦୭୫୪/୨୦୨୩ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ସମ୍ବେଦନଶୀଳ ଘଟଣାର ବିଚାରକରି ୮ ସପ୍ତାହ ଭିତରେ ତଦନ୍ତ କରି ତଦନ୍ତ ରିପୋର୍ଟ ଅଭିଯୋଗକାରୀ ଏବଂ ମାନ୍ୟବର କମିଶନଙ୍କୁ ଦେବାପାଇଁ ଏସପି ଯାଜପୁରଙ୍କୁ ନିର୍ଦେଶ ଦେଇଛନ୍ତି |


error: Content is protected !!