ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ହନୁମାନ ମନ୍ଦିର ଉତ୍ସବ ମୁଖରିତ


ଢେଙ୍କାନାଳ:(ନିର୍ମଳ ଗଡ଼ ନାୟକ):- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରାସ୍ତାରେ ହନୁମାନ ମନ୍ଦିର ଅବସ୍ଥିତ ।ଯେପରି ହିନ୍ଦୁ ଧର୍ମର ବାର ମାସରେ ତେର ପର୍ବ ଠିକ୍ ସେହିପରି ଏହି ହନୁମାନ ମନ୍ଦିର ପରିସରରେ କେତେକ ପର୍ବ ଧୂମଧାମରେ ପାଳିତ ହୋଇଥାଏ ।ବର୍ଷର ପ୍ରାରମ୍ଭରେ ଆରମ୍ଭ ହୋଇଥାଏ ଗଣପର୍ବ ପବିତ୍ର ମକର ସଂକ୍ରାନ୍ତି ।ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରଦ୍ଧାଳୁ ଭକ୍ତମାନେ ଆସି ପୂଜାର୍ଚ୍ଚନା କରିଥିଲେ ।ତତ୍ ସହିତ ମନ୍ଦିର ପଛ ପାର୍ଶ୍ବରେ ଥିବା ଅମୃତସର ପୁଷ୍କରିଣୀରୁ ଶ୍ରଦ୍ଧାଳୁ ଭକ୍ତମାନେ ପାଣି ଉଠାଇ କଳସ ଯାତ୍ରା କରି ହନୁମାନଙ୍କ ପ୍ରାଙ୍ଗଣରେ ସ୍ଥାପନ କରିଥିଲେ ।ଏହା ପରେ ଯଜ୍ଞ କୁଣ୍ଡ ସ୍ଥଳରେ ହୋମକର୍ମ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା ।ମନ୍ଦିରର ଉଦ୍ୟୋକ୍ତା ମହେଶ୍ବର ପରିଡା ଓ ସହ ଧର୍ମିଣୀ ରେଣୁବାଳା ପରିଡା କର୍ତ୍ତା ଭାବେ ନିର୍ବାହ କରୁଥିବା ବେଳେ ମୁଖ୍ୟ ପୂଜକ ଚନ୍ଦ୍ରଶେଖର ପରିଡା ଓ ସହଯୋଗୀ ପୂଜକ ଶ୍ୱେତ ଦାସ, ପ୍ରକାଶ କୁମାର ଦାସ ଦାୟିତ୍ଵ ନିର୍ବାହ କରିଥିଲେ ।ମନ୍ଦିରର କମିଟି ସଦସ୍ୟ ଶାରଦା ପ୍ରସନ୍ନ କବି ,ଚତୃର୍ଭୂଜ ଜେନା ,ବିନୟ ଦଳବେହେରା , ଟିଲୁ ଭଞ୍ଜ ,ବିଶୁ ଦାସଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।ଶ୍ରଦ୍ଧାଳୁଙ୍କ ସମାବେଶ ,ଘଣ୍ଟ ,ଶଙ୍ଖ ଓ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିବେଶ ।


error: Content is protected !!